ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି , ଭୋଟ୍ ପାଇଁ ପର୍ଯ୍ୟାୟ କ୍ରମେ ୪ଦିନ ଛୁଟି

ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି , ଭୋଟ୍ ପାଇଁ ପର୍ଯ୍ୟାୟ କ୍ରମେ ୪ଦିନ ଛୁଟି

ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ । ଏହି ଚାରୋଟି ପର୍ଯ୍ୟାୟ ନିର୍ବାଚନ ସମୟରେ ବ୍ୟାଙ୍କ ଓ ବ୍ୟାଙ୍କିଂ ସେକ୍ଟର, ସରକାରୀ ଅଫିସ୍ ଓ କୋର୍ଟ ବନ୍ଦ ରହିବ । ଏନେଇ ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଆସନ୍ତା ମେ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ।

ମେ ୨୦ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା, ମେ ୨୫ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଏବଂ ଜୁନ୍ ୧ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନିର୍ବାଚନ ହେବ । ବିଭିନ୍ନ ପର୍ଯ୍ୟାୟରେ ଯେଉଁ ଯେଉଁ ସ୍ଥାନରେ ମତଦାନ ହେବ ସେହି ସ୍ଥାନରେ ଥିବା ବ୍ୟାଙ୍କ ବନ୍ଦ ରହିବ।