ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶିଳ୍ପପତି ବାଲକ୍ରିଷ୍ଣ ଗୋଏଙ୍କା
ବିଶିଷ୍ଟ ଶିଳ୍ପପତି ତଥା ୱଲସ୍ପନ ଗ୍ରୁପର ଅଧ୍ୟକ୍ଷ ବାଲକ୍ରିଷ୍ଣ ଗୋଏଙ୍କା ଆଜି ନବୀନ ନୀବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି

ବିଶିଷ୍ଟ ଶିଳ୍ପପତି ତଥା ୱଲସ୍ପନ ଗ୍ରୁପର ଅଧ୍ୟକ୍ଷ ବାଲକ୍ରିଷ୍ଣ ଗୋଏଙ୍କା ଆଜି ନବୀନ ନୀବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତି ଗୋଏଙ୍କାଙ୍କୁ ଓଡିଶାର ବିଭିନ୍ନ କ୍ଷେତ୍ରରେ ଥିବା ଅନୁକୂଳ ପୁଞ୍ଜି ନିବେଶ ବାତାବରଣର ସୁଯୋଗ ନେବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବାଲକ୍ରିଷ୍ଣ ଗୋଏଙ୍କାଙ୍କ ଆଲୋଚନା ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।