ବିଜେପି ଆସିଲେ ପ୍ରଥମ ଦିନରେ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ: ପ୍ରଦୀପ

ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । 

ବିଜେପି ଆସିଲେ ପ୍ରଥମ ଦିନରେ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ: ପ୍ରଦୀପ

ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । 

ସେ କହିଛନ୍ତି ଯେ ସରକାରକୁ ଆସିଲେ ପ୍ରଥମ ଦିନରେ ଅଧ୍ୟାଦେଶ ଆଣି ଟଙ୍କା ଫେରାଯିବ । ଚିଟଫଣ୍ଡ ସହ ସମ୍ପୃକ୍ତ ବିଜେଡି ନେତାଙ୍କୁ ଜେଲରେ ପୂରାଯିବ । ବିଜେଡି କେବଳ ଭୋଟ ପାଇଁ କର୍ପସ ଫଣ୍ଡ ନାଟକ କରିଥିଲା । ଚିଟଫଣ୍ଡ ଟଙ୍କାରେ ବିଜେଡି ନିର୍ବାଚନ ଲଢୁଥିବା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । 

ସେହିପରି ସେ କହିଛନ୍ତି ଯେ ବିଜେଡିର ଅନେକ ନେତା ଚିଟଫଣ୍ଡ ସହ ସମ୍ପୃକ୍ତ ରହି  ଲୋକଙ୍କୁ ଲୁଟିଛନ୍ତି । ଲୁଟିଥିବା ବିଜେଡି ନେତାଙ୍କୁ ଜେଲରେ ପୂରାଇବା ପାଇଁ ଜେଲ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।