ଓଡ଼ିଶାରେ ଏଥର ବିଜେପି ଭଲ କରିବ:ଅମିତ ଶାହା

ଓଡିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ ବୟାନ । ଓଡିଶାରେ ଏଥର ଭଲ କରିବ ଭାରତୀୟ ଜନତ ପାର୍ଟି । ତେଣୁ ଆଗାମୀ ଦିନରେ ମେଣ୍ଟ ହେବ କି ନାହିଁ । ତାହା ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ । ତେଣୁ କିଛି ଦିନର ଅପେକ୍ଷା ପରେ ସବୁ ସତ ପଦାକୁ ଆସିବ ।
ନୂଆଦିଲ୍ଲୀରେ ଏକ ଘରୋଇ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହା ।ଏହି ସମୟରେ ଓଡିଶାରେ ଆଗାମୀ ନିର୍ବାଚନ ନେଇ ବିଜେଡି ସହିତ ବିଜେପି ମେଣ୍ଟ କରୁଛି କି ନାହିଁ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଶାହା କହିଥିଲେ ଯେ, ଓଡିଶାରେ ଭାରତୀୟ ଜନତା ପାର୍ଟିର ଶକ୍ତି ବଢୁଛି । ପୂର୍ବ ଅପେକ୍ଷା ଦଳ ଧୀରେ ଧୀରେ ନିଜର କ୍ଷମତା ବୃଦ୍ଧା କରିବାରେ ଲାଗିଛି । ଓଡିଶାରେ ଏକାକୀ ଲଢିବେ ଆମେ ସରକାର ଗଢିବୁ ।
ତେଣୁ ପ୍ରଥମେ ମେଣ୍ଟ ହେବ କି ନାହିଁ ନିଷ୍ପତ୍ତି ହେଉ । ତାପରେ ଯଦି ମେଣ୍ଟ ହେବ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ । ସେହିପରି ବିଜେଡି ଆମକୁ ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି ।