ବିଜେଡିରେ ମିଶିବେ କି ସୁରଙ୍କ ସାନ ପୁଅ
ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ଯିବେ କି ବିଜେଡି ? ଚର୍ଚ୍ଚା ଭିତରେ ସୁର ରାଉତରାୟଙ୍କ ଆସିଛି ପ୍ରତିକ୍ରିୟା

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ଯିବେ କି ବିଜେଡି ? ଚର୍ଚ୍ଚା ଭିତରେ ସୁର ରାଉତରାୟଙ୍କ ଆସିଛି ପ୍ରତିକ୍ରିୟା । ସେ କହିଛନ୍ତି ଯେ, ସାନ ପୁଅ ମୋର ଅବୁଝା । ବିଜେଡି ଯିବା ପାଇଁ ବ୍ୟାକୁଳ । ବିଜୁ ଜନତା ଦଳ ଆଡକୁ ସେ ଆକର୍ଷିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେ ଖୁବ୍ ପ୍ରଭାବିତ ହୋଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ଆଉ ହାତ ଚିହ୍ନ ଭଗବାନ। ହାତରୁ ସେ ଛିଡା ହେଉ ବୋଲି ମୁଁ ଚାହେଁ । ତେଣୁ ଆଗାମୀ ଦିନରେ ସମୟ କହିବ କଣ ହେବ । ପୁଅ ମୋର ବିଜେଡିରୁ ଛିଡା ହେଲେ ମୁଁ ତା ପାଇଁ ପ୍ରଚାର କରିବି ନାହିଁ କି ମୁଁ ମୋ ନିଜ ଭୋଟ ମୋ ପୁଅକୁ ଦେବିନି । ମୋ ସାନ ପୁଅ ଜଟଣୀରେ କଂଗ୍ରେସରୁ ଛିଡା ନହେଲେ ମୁଁ ଆଉ ପୁଅ ସପକ୍ଷରେ କି ବିପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଯିବିନି।
ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।