ଡଷ୍ଟବିନ୍କୁ ଯିବ ଅଦରକାରୀ ଆଇନ: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁଵଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ। ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରଦାନ କରିଛନ୍ତି।
ଖୁଵଶୀଘ୍ର ରାଜ୍ୟ ସରକାର ‘ଲ’-ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ସେଗୁଡିକର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ଆଇନ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।