ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି
ଶ୍ରୀମନ୍ଦିରକୁ ଫେରିବେ ମହାବାହୁ , ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି

ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ ରଥ । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇ ରହିଥିଲେ।
ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୩ ରଥର ଯାଞ୍ଚ କରାଯାଇଛି । ୧୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସକାଳ ୭ଟା ରୁ ଅପରାହ୍ନ ୫ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅପରାହ୍ଣ ୫ଟା ପରେ ଦର୍ଶନ ବନ୍ଦ ହୋଇ ୧୫ ତାରିଖରେ ହେବ ବାହୁଡ଼ାଯାତ୍ରା ।