କୂଅରେ ଆତ୍ମହତ୍ୟା ଉଦ୍ୟମ: ମାଆ ଓ ବଡ଼ ଝିଅ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା ଓ ପୁଅ ଆଶିଷକୁ କୂଅରେ ଫିଙ୍ଗି ଦେବା ସହ ନିଜେ ମଧ୍ୟ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା ଓ ପୁଅ ଆଶିଷକୁ କୂଅରେ ଫିଙ୍ଗି ଦେବା ସହ ନିଜେ ମଧ୍ୟ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ ବଡ଼ ଝିଅ ଓ ମାଆଙ୍କୁ ଗ୍ରାମବାସୀ ଦମକଳବାହିନୀ ସହାୟତାରେ ଅଚେତ ଉଦ୍ଧାର କରିଥିଲେ। ତେବେ ସାନ ଝିଅ ଓ ପୁଅର କୂଅ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ଏହି ଘଟଣା ଘଟିଥିବା ବେଳେ ଆଜି ଭୋରରୁ ଗାଁ ଲୋକେ ଏହା ଜାଣି ଦମକଳବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି କୂଅରୁ ଦୁଇ ମୃତକଙ୍କ ସମେତ ମାଆ ଓ ବଡ଼ ଝିଅକୁ ଉଦ୍ଧାର କରିଥିଲେ। ସେମାନଙ୍କ ପିତା ବଳରାମ ଗୌଡ଼ ସୁରଟରେ କାମ କରୁଥିବା ଜଣାପଡିଛି।