ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ
ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟକ ସ୍ଵାତି ସୁଚରିତା ପାତ୍ର

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟକ ସ୍ଵାତି ସୁଚରିତା ପାତ୍ର । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ । ଘର ପଟ୍ଟା କରେଇ ଦେବା କହି ନେଉଥିଲେ ଟଙ୍କା । ଛତ୍ରପୁର ଅଞ୍ଚଳର ଭି ଦିଲୀପ କୁମାର ଛତ୍ରପୁର ତହସିଲ କୁ ପଟା ପାଇଁ ବାରମ୍ବାର ଦୌଡ଼ିବା ପରେ ଘର ବାରି ପଟା କରେଇ ଦେବା ପାଇଁ ପ୍ରଥମେ ୧୦୦୦ ଓ ପରେ ୫୦୦୦ ଟଙ୍କା ମାଗିବାରୁ ସେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷର ଭିଜିଲାନ୍ସ ଆଡିସିନାଲ ଏସିପି ଏ ହେରି କୁଲୁଙ୍କ ନେତୃତ୍ୱରେ ଛତ୍ରପୁର ତହସିଲକୁ ଚଢ଼ାଉ କରିଥିଲା ଭିଜିଲାନ୍ସ । ସୂଚନା ଥାଉକି ବହୁଦିନ ଧରି ଛତ୍ରପୁର ତହସିଲରେ ଲାଞ୍ଚ କାରବାର ହେଉଥିବା ନେଇ ଆଗରୁ ବହୁଥର ଗଣମାଧ୍ୟମରେ ପ୍ରସାରଣ , ଓ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ନିରବ ଦ୍ରଷ୍ଟା ହୋଇରହିଛି ଜିଲ୍ଲା ପ୍ରଶାସନ।