ଅକ୍ଟୋବର ପହିଲାରୁ ୮ ଘଣ୍ଟା ବନ୍ଦ ରହିବ ବିମାନସେବା
ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ପାଇଁ ଦିନକୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା

ବିମାନଯାତ୍ରୀ ମାନଙ୍କ ପାଇଁ ବଡ଼ ଖବର। ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ପାଇଁ ଦିନକୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା। ଯେଉଁଥି ପାଇଁ ଯାତ୍ରୀମାନଙ୍କ କିଛି ପରିମାଣରେ ଅସୁବିଧା ଭୋଗିବାକୁ ପଡିପାରେ। ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନଙ୍କ ଗୁରୁବାର ଏ ନେଇ ସୂଚନା ଦେଇ କହିଛନ୍ତି, ବିମାନ ବନ୍ଦର ରନୱେ ମରାମତି କାମ ଅକ୍ଟୋବର ୧ରୁ କରାଯିବ । ରନୱେ ମରାମତି କାମ ସାଧାରଣତଃ ବର୍ଷା ଦିନ ପରେ ହୋଇଥାଏ । ବର୍ଷା କମ ହେଲେ ଏବଂ ବିନା ହ୍ୟୁମିଡିଟିରେ ଏହି କାମ କରାଯାଏ । ଏଣୁ ଅକ୍ଟୋବର ୧ରୁ ବିମାନବନ୍ଦର ରନୱେ ରି-କାର୍ପେଣ୍ଟିଂ ବା ମରାମତି କାମ କରାଯିବ।
ଏଥି ସହିତ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ କହିଛନ୍ତି ଏହା କାମ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମରାମତି କାମ ସରିବା ଯାଏଁ ରାତିରେ ୮ଘଣ୍ଟା ବନ୍ଦ ରହିବ ବିମାନସେବା। ରାତି ୧୦ରୁ ସକାଳ ୬, କିମ୍ବା ରାତି ୧୧ରୁ ସକାଳ ୭ଟା ଯାଏ ବିମାନ ସେବା ବନ୍ଦ ରହିବ । ଏଥି ସହିତ ଏହି ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେରେ କ୍ୟାଟ- ୨ ଏୟାରଫିଲ୍ଡ ଲାଇଟ ଫିଟିଂ ବି କରାଯିବ। ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ୍ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ କହିଛନ୍ତି।