ବସ୍-କାର୍ ମୁହାଁମୁହିଁ ଧକ୍କା; ୭ ମୃତ, ୨୫ରୁ ଅଧିକ ଆହତ
ଭୟଙ୍କର ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍

ଭୟଙ୍କର ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍ । ଫଳରେ ବସଟି ୫୦ ଫୁଟ ତଳକୁ ଖସି ପଡିବାରୁ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍-ଓ୍ୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
୨୫ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ବେଳେ ବସ୍ରେ ଥିବା ସମସ୍ତ ଯାତ୍ରୀ ଶୋଇଥିଲେ। ଏହି ସମୟରେ ହଠାତ୍ ବିପରିତ ଦିଗରେ ଏକ କାର୍ ମାଡି ଆସିଥିଲା। ଫଳରେ ବସ୍ଟି ନିୟନ୍ତ୍ରଣ ହରାଇ କାର୍କୁ ଧକ୍କା ଦେବା ସହ ଖାଇକୁ ଖସି ପଡିଥିଲା। ଏନେଇ ପୋଲିସ ପୂରା ଘଟଣାର ତଦନ୍ତ କରୁଛି।