ଜଳିଗଲା ୨ ହାଇୱା
ହାଇୱାକୁ ପିିଟିଲା ହାଇୱା। ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା।

ହାଇୱାକୁ ପିିଟିଲା ହାଇୱା। ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା। ଜଳିଗଲା ଦୁଇ ବାଲି ବୋଝଇ ହାଇୱା । ଦୁଇ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଶୁକ୍ରବାର ରାତି ୧୨ଟାରେ ମହାନଦୀରୁ ବାଲି ବୋଝେଇ କରି ଦୁଇ ହାଇୱା ଆଠମଲ୍ଲିକ ଅଭିମୁଖେ ଆସୁଥିଲେ। ଏହି ସମୟରେ ପଛରେ ଆସୁଥିବା ଏକ ହାଇୱାକୁ ଓଭରଟେକ୍ କରିବା ସମୟରେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ହାଇୱା ଜଳିଯାଇଛି। ଦୁଇ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।