ନେମାଳ ପୀଠ ରେ ପହଞ୍ଚିଲା ଶ୍ରୀମନ୍ଦିର ନିମନ୍ତ୍ରଣ ପତ୍ର.
ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ନେମାଳ ସମାଧି ପୀଠ ପଦ୍ମାବନ ଠାରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ଜାନୁୟାରୀ ୧୭ ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ ଏନେଇ ସାରା ରାଜ୍ୟ ଏବେ ଉତ୍ସବ ମୁଖର । ଶ୍ରୀ ମନ୍ଦିରରୁ ନିମନ୍ତ୍ରଣ ପତ୍ର ବହନ କରି ମନ୍ଦିର ର ବିଶ୍ଵସ୍ତ ସେବକ ମାନେ ରାଜ୍ୟର ବିଭିନ୍ନ ଧାର୍ମିକ ପୀଠ ଓ ଐତିହାସିକ ପୀଠ ଠାରେ ପହଞ୍ଚି ପୀଠ ର ଦେବା ଦେବୀ ଓ କର୍ମକର୍ତ୍ତା ମାନଙ୍କୁ ଲୋକର୍ପଣ ଉତ୍ସବ ଦିନ ପୁରୀ ମନ୍ଦିର ରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ ଜଣାଉଛନ୍ତି । ଏହି ପରିପ୍ରେକ୍ଷିରେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରୁ ନିମନ୍ତ୍ରଣ ପତ୍ର କଟକ ଜିଲ୍ଲା ନେମାଳ ସ୍ଥିତ ମାଳିକ ରଚିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସମାଧି ପୀଠ ପଦ୍ମାବନ ଠାରେ ପହଞ୍ଚିଥିଲା ।
ଏହି ନିମନ୍ତ୍ରଣ ପତ୍ର କୁ ବିଶ୍ୱାବସୁ ଦଇତାପତି ବିନାୟକ ଦାସ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳଙ୍କ କରକମଳରେ ଆସିଥିଲା । ଅନ୍ୟ ସେବାୟତ ଙ୍କ ମଧ୍ୟରେ ଥିଲେ ଦଇତା ପତି ଅନାଥ ଦାସ ମହାପାତ୍ର, ଓ ମୁକ୍ତିମଣ୍ଡପ ର ପଣ୍ଡିତ ରାମକୃଷ୍ଣ ମହାପାତ୍ର । ତେବେ ପୁରୀ ଶ୍ରୀମନ୍ଦିରରୁ ଏହି ପବିତ୍ର ନିମନ୍ତ୍ରଣ ପତ୍ରକୁ ନେମାଳ ପୀଠ ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଅଚ୍ୟୁତାନନ୍ଦ ମନ୍ଦିର ନିର୍ମାଣ କମିଟିର ଉପସଭାପତି ପ୍ରସନ୍ନ କୁମାର ବେଉରା ଓ ମନ୍ଦିର ପରିଚାଳନା ସଦସ୍ୟ। ପୀଠରେ ପହଞ୍ଚିବା ପରେ ଏକ ଭାବାବେଗ ପରିବେଶରେ ଗ୍ରାମ ପରିକ୍ରମା କରାଯାଇଥିଲା ।
ଯେହେତୁ ପଞ୍ଚ ସଖା ହେଉଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଙ୍କ ଏକ ଅବିଛେଦ ଅଙ୍ଗ ସେ ଦୃଷ୍ଟିର ଆଜିର ଉତ୍ସବ ସମଗ୍ର ନେମାଳ ପୀଠ ରେ ଭକ୍ତ ଓ ଭଗବାନଙ୍କ ମହିମା ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।