ଉଈ ହୁଙ୍କା ଓ ପାଣି ଝରା ରେ ଚାଲିଛି ଆର.ଆଇ ଅଫିସ

ନିରାକାରପୁର  ଆର.ଆଇ ଅଫିସ , ସନ୍ତସନ୍ତିଆ ଜାଗାରେ ବସିଛନ୍ତି ଆର ଆଇ : ତଳେ ଉଈ ହୁଙ୍କା, ଉପରୁ ଝରୁଛି ପାଣି

ଉଈ ହୁଙ୍କା ଓ ପାଣି ଝରା ରେ ଚାଲିଛି ଆର.ଆଇ ଅଫିସ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପ୍ରାୟତଃ ଅବ୍ୟବସ୍ଥା ଘେରରେ ଚାଲିଛି। ଏହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହେଉଥିବାବେଳେ ଦୟନୀୟ ଅବସ୍ଥାରେ ଚାଲିଛି ଏହି କାର୍ଯ୍ୟଳୟ।

କାର୍ଯ୍ୟଳୟ ଟି ପୂର୍ବରୁ ଆଜବେଷ୍ଟସ ଥିବାବେଳେ ଦୀର୍ଘ ବର୍ଷ ଏହାର ଗୋଟିଏ ପାର୍ଶ୍ଵ ଛାତ ପଡ଼ିଥିଲା। କିନ୍ତୁ ବର୍ତ୍ତମାନ ଏହି ଛାତ ଘରେ ରାଜସ୍ବ ନିରୀକ୍ଷକ ବସିଥିବାବେଳ ଏହାର ଉପରୁ ବର୍ଷା ପାଣି ଗଲୁଛି ଓ ଏହି ଘର ଗୁଡ଼ିକ ସନ୍ତସନ୍ତିଆ ହେଉଛି।

ଅଫିସ ଘର ଭିତରେ ଉଈ ହୁଙ୍କା ମାନ ହୋଇଛି। ବିଭିନ୍ନ ସରୀସୃପ ମଧ୍ୟ ରହିଥିବାର ଦେଖିବାକୁ ମିଳୁଛି। ଏହାର ଆର ଆଇ ଙ୍କୁ ମିଶାଇ ଯେଉଁ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି  ସେମାନେ କେବଳ ଭାଗ୍ୟକୁ ଆଦରି କାମ କରୁଛନ୍ତି।

ସେହିପରି ଏହି ଅଫିସ ପରିସରରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ତେଣୁ ତୁରନ୍ତ ଏହି କାର୍ଯ୍ୟାଳୟ ର ସମସ୍ତ ଗୃହର ପକ୍କା ଛାତ ପକାଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି ହେଉଛି।


ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ