ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା
ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଆଉ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡିଛି ।

ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା । ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଆଉ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡିଛି । ତେବେ ବିସିସିଆଇ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ଭାବେ ସୂଚନା ଦିଆଯାଇନାହିଁ ।
ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା, ଆଗାମୀ ସିରିଜ୍ରୁ ବାଦ୍ ପଡିଲେ ଏହି ଷ୍ଟାର ବ୍ୟାଟର
ଜାତୀୟ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ଦିନିକିଆ ବିଶ୍ୱକପ୍ ୨୦୨୩ରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ରେ ବୋଲିଂ ସମୟରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ବୋଲିଂ ସମୟରେ ଏକ ବଲ୍କୁ ରୋକିବାକୁ ଯାଇ ଆହତ ହୋଇଥିଲେ ହାର୍ଦ୍ଦିକ । ଯାହାପରେ ତାଙ୍କୁ ବିଶ୍ୱକପ୍ ଟିମ୍ରୁ ବାଦ୍ ଦିଆଯାଇଥିଲା । ତାଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଥିଲା । ଆହତ ସମସ୍ୟା ଏତେ ଗୁରୁତର ଥିଲା ଯେ , ହାର୍ଦ୍ଦିକ ଆଗାମୀ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ସିରିଜ୍ରୁ ବି ବାଦ୍ ପଡିଥିଲେ । ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳୁଥିଲା । କିନ୍ତୁ ସେହି ଚର୍ଚ୍ଚାରେ ବି ଅନ୍ତ ହୋଇଯାଇଛି । ଆହତ ସମସ୍ୟା ବହୁ ଗୁରୁତର ରହିଛି । ତେଣୁ ଏତେ ଶୀଘ୍ର ହାର୍ଦ୍ଦିକ ପଡିଆକୁ ଫେରିବାର ଆଶା ରହିନାହିଁ । ପୁର ସୁସ୍ଥ ହେବା ପାଇଁ ହାର୍ଦ୍ଦିକଙ୍କୁ ଆହୁରି ସମୟ ଲାଗିବ । ଯଦି ଏହି କଥା ସତ ହୁଏ, ତେବେ ଜାନୁଆରୀରେ ଭାରତରେ ହେବାକୁ ଆପଗାନିସ୍ତାନ ବିପକ୍ଷ ସିରିଜ୍ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।
ସେହିପରି ଆଗାମୀ ଆଇପିଏଲ୍ ସିଜିନ୍ରୁ ବି ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ନିକଟରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସ ଠାରୁ ଟ୍ରେଡ୍ ଜରିଆରେ ଆଣିଥିଲା । ଆଉ ଏହାପରେ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା ପ୍ରାଞ୍ଚାଇଜ୍ । ତେବେ ଯଦି ଆଇପିଏଲ୍ ୨୦୨୪ ପୂର୍ବରୁ ହାର୍ଦ୍ଦିକ ସୁସ୍ଥ ନହୁଅନ୍ତି । ତେବେ ଆଗାମୀ ସିଜିନ୍ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।