ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ,ଟିମ୍ ଇଣ୍ଡିଆର ୪୪୫ ରନ୍

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭ୍ରମଣକାରୀ ଦଳର ବୋଲରଙ୍କ ଉପରେ ଭାରି ପଡ଼ିଲେ ଟିମ୍ ଇଣ଼୍ଡିଆ ବ୍ୟାଟର ।

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ,ଟିମ୍ ଇଣ୍ଡିଆର ୪୪୫ ରନ୍

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭ୍ରମଣକାରୀ ଦଳର ବୋଲରଙ୍କ ଉପରେ ଭାରି ପଡ଼ିଲେ ଟିମ୍ ଇଣ଼୍ଡିଆ ବ୍ୟାଟର । ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ଓ୍ବିକେଟ୍ ହରାଇ ୪୪୫ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୧୩୧ ରନ୍ ଇନିଂସ ଖେଳିଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୧୨ ରନର ଶତକୀୟ ପାଳି ଖେଳିଥିଲେ ।

ଡେବ୍ୟୁଟାଣ୍ଟ ସର୍ଫରାଜ୍ ଖାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଦଳୀୟ ସ୍କୋରରେ ୬୨ ରନ୍ ଯୋଡ଼ି ରନଆଉଟ୍ ହୋଇଯାଇଥିଲେ । ସେହିଭଳି ପଦାର୍ପଣ ମ୍ୟାଚରେ ଧ୍ରୁବ ଜୂରେଲ୍ ୪୬ ରନର ଏକ ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ରବୀଚନ୍ଦ୍ରନ୍ ଅଶ୍ବିନ୍ ୩୭ ରନ ସଂଗ୍ରହ କରିଥିବା ବେଳେ ଯଶପ୍ରୀତ୍ ବୁମରା ଆଉ ୨୬ ରନ୍ ସ୍କୋର ବୋର୍ଡରେ ଯୋଡ଼ିଥିଲେ । ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୪୪୫ରନର ବିଶାଳ ସ୍କୋର ଛିଡ଼ା କରିଛି ।