ବୁମରାହ ରଚିଲେ ଇତିହାସ
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ରଚିଲେ ଇତିହାସ।

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ରଚିଲେ ଇତିହାସ। ଟେଷ୍ଟ ବୋଲିଂ ର୍ୟାଙ୍କିଙ୍ଗରେ ଶୀର୍ଷରେ ଭାରତର ଚତୁର୍ଥ ଓ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ବୁମରାହ। ତାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ବିିଶନ ବେଦି, ଅଶ୍ବିିନ ଓ ରବିନ୍ଦ୍ର ଜାଡେଜା ବୋଲିଂର ଶୀର୍ଷ ସ୍ଥାନରେ ରହି ସାରିଛନ୍ତି।
ଭାରତୀୟ ଟେଷ୍ଟ କ୍ରିକେଟର ଇତିହାସରେ ପ୍ରଥମଥର ପାଇଁ ଜଣେ ଦ୍ରୁତ ବୋଲର ଟେଷ୍ଟ ବୋଲିଂ ର୍ୟାଙ୍କିଙ୍ଗର ବାଦଶାହ ହୋଇଛନ୍ତି। ସୂଚନାଥାଉକି, ବୁମରାହ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ ଜବରଦସ୍ତ ବୋଲିଂ କରିଥିଲେ। ସେ ୯ଟି ଓ୍ବିକେଟ ନେଇଥିଲେ। ଯାହାପରେ ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ର୍ୟାଙ୍କିଙ୍ଗର ଟପ୍ ବୋଲର ରହିଛନ୍ତି।
ଜସପ୍ରୀତ ବୁମରାହ ଦୁନିଆର ଏକମାତ୍ର ବୋଲର ଯିଏକି ଟେଷ୍ଟ, ଦିନିକିଆ ଓ ଟି-୨୦ ବୋଲିଂ ର୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଁଞ୍ଚିସାରିଛନ୍ତି। ସେହିପରି ବିରାଟ କୋହଲି ବ୍ୟାଟିଂ ର୍ୟାଙ୍କିଙ୍ଗରେ ଏଭଳି ସଫଳତା ହାସଲ କରିଛନ୍ତି। ଯିଏକି କ୍ରିକେଟର ତିନୋଟି ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରି ସାରିଛନ୍ତି।