ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନଙ୍କ ଧାରଣାରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁରଙ୍କ ଯୋଗଦାନ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ବିଭିନ୍ନ ଦାବୀ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ ଦେଲେ ସ୍ଥାନୀୟ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର

ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନଙ୍କ ଧାରଣାରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁରଙ୍କ ଯୋଗଦାନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ଦାବୀ ନେଇ ଆଜକୁ ପ୍ରାୟ ଛଅ ଦିନ ହେଲା ସାରା ରାଜ୍ୟରେ ଆନ୍ଦୋଳନ ଜାରି ହୋଇଛି ।

ଏହି ପରିପ୍ରେକ୍ଷୀରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଫିରିଙ୍ଗିଆ ଶାଖା ତରଫରୁ ଆଜି ପୂର୍ବାହ୍ନ ୧୦ ଘଟିକା ରୁ ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । (ଏନପିଏସ)ଙ୍କ ନେତୃତ୍ୱରେ ଏହି ଧାରଣା ଜାରି ରହିଛି ବୋଲି ଜଣାଯାଇଛି ।

ମୁଖ୍ୟମନ୍ତ୍ରୀ ରାଜ୍ୟ ର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷାସହାୟକ ଠିକା କାର୍ଯ୍ୟକାଳକୁ ନେସ୍ ନାଲ୍ ଇନକ୍ରିମେଣ୍ଟ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏସ୍କ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା ପ୍ରଦାନ କରାଯାଉ, ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ବେତନ ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନ ପ୍ରଚଳନ କରାଯାଉ, ଏସ୍କ କ୍ୟାଡର ପ୍ରଥା ଉଛେଦ କରି ଏସ୍କ କ୍ୟାଡର ଭୁକ୍ତ କରାଯାଉ ।

ଏହା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଗଭୀର ଆଘାତ ଦେଇଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର ଯୋଗଦେଇଥିଲେ ବ୍ଲକ୍ ସଭାପତି ସିମାଞ୍ଚଳ ମୁଖି, ସମ୍ପାଦକ ମୃତ୍ୟୁଞ୍ଜୟ କହଁର, ଜିଲ୍ଲା ପରିଷଦ ସଭାପତି ଅଜିତ ବେହେରା, ଜିଲ୍ଲା ସମ୍ପାଦକ ରାଜେଶ କୁମାର ନାୟକ, ସୁକାନ୍ତ କୁମାର ବେହେରା, ଜାନକୀ ମହାନନ୍ଦ, ଧରିତ୍ରୀ ପ୍ରଧାନ,ତିଳୋତ୍ତମା ରଥ, ସ୍ୱାଗତିକା ସାହୁ, ପ୍ରଦ୍ୟୁମ୍ନ ଦିଗାଲ, ରାଧାମୋହନ କହଁର, ବିରେନ୍ଦ୍ର ସାହାଣୀ, ଗୋପାଳ ଦିଗାଲ ଙ୍କ ସହ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ ।

ଶିକ୍ଷକ ସଂଘର ଧାରଣାରେ ଫିରିଙ୍ଗିଆ ବ୍ଲକର ୧୯୯ଟି ବିଦ୍ୟାଳୟ ବନ୍ଦ ଥିବା ବେଳେ ୭୬୬ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ରୁ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସାମୁହିକ ମାସ୍ଲିପ୍ ଛୁଟିରେ ଥିବାରୁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ରୁ ବିମଳ ଦିଗାଲ ଙ୍କ ରିପୋର୍ଟ