୨ ବିଜେପି ନେତା ନିଲମ୍ବିତ
ବିଜେପିରୁ ନିଲମ୍ବିତ ହେଲେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନା

ବିଜେପିରୁ ନିଲମ୍ବିତ ହେଲେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନା । ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ୟ୍ୟ କାରଣରୁ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।
ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ୟ୍ୟ କାରଣରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନାଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି ବୋଲି ଏକ ପ୍ରେସ୍ ବିବୃତ୍ତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।