ବିଜେଡି ଛାଡିଲେ ରେମୁଣାର ବିଧାୟକ ସୁଦର୍ଶନ ଜେନା

ରେମୁଣାର ବିଧାୟକ ସୁଦର୍ଶନ ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ବିଜେଡି ଛାଡିଲେ ରେମୁଣାର ବିଧାୟକ ସୁଦର୍ଶନ ଜେନା

ନିର୍ବାଚନ ଯେତେ ପାଖେଇ ଆସିଛି ବିଭିନ୍ନ ରାଜନୈତିକ ଦଳରୁ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏବେ ବାଲେଶ୍ୱରରେ ବିଜେଡିରୁ ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରେମୁଣାର ବିଧାୟକ ସୁଦର୍ଶନ ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏକାଧିକ କାରଣ ଦର୍ଶାଇ ସଭାପତିଙ୍କୁ ସେ ଆଜି ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି ।

ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କ'ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।