ରେଢ଼ାଖୋଲରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର

ସମ୍ବଲପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି

ରେଢ଼ାଖୋଲରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର

ସମ୍ବଲପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରେଢ଼ାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏହି ଅବସରରେ ସେ କହିଥିଲେ, ସନ୍ଥକବି ଭୀମଭୋଇ ସାରାବିଶ୍ୱକୁ ଦିଗ୍‌ଦର୍ଶନ ଦେଇଛନ୍ତି।

ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ସବ୍‌କା ସାଥ୍‌, ସବ୍‌କା ବିକାଶ'କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି। ରେଢାଖୋଲର ଇଷ୍ଟଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ବି ସେ ପୂଜାର୍ଚ୍ଚନା କରିଥିଲେ।
କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, ବିଜେପି ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ବରିଷ୍ଠ ନେତା ପ୍ରମୋଦ ରଥ, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସୁରଥ ଦାସ, ଏନ୍‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷ ଅନସୂୟା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ନଗର ବିଜେପି ସଭାପତି ରାମାନୁଜ ମହାପାତ୍ର, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।