ସୁଭଦ୍ରା ଯୋଜନା: ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର

ସୂଚନା ଅନୁସାରେ, ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

ସୁଭଦ୍ରା ଯୋଜନା: ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର

ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ତ୍ରୁଟି ଧରାଯିବ। ତ୍ରୁଟିରେ ସୁଧାର କରାଯାଇ ଟଙ୍କା ପ୍ରଦାନ କରାଯିବ। ହିତାଧିକାରୀଙ୍କ ପାଖକୁ ଯିବେ ସରକାରୀ କର୍ମଚାରୀ। କେଉଁଠି ତ୍ରୁଟି ରହିଲା, ସେନେଇ ଯାଞ୍ଚ କରିବେ। RI, ARI, ଭତ୍ତା ବଣ୍ଟନ ଅଧିକାରୀ ଯାଞ୍ଚ କରିବେ। ଅଙ୍ଗନବାଡ଼ି ଦିଦି, ସହାୟକ ସହଯୋଗ କରିବେ।

ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ବି ସହଯୋଗ କରିବେ।

ସୂଚନା ଅନୁସାରେ, ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ୨୦୨୫ ମସିହା ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଶେଷ କିସ୍ତି ପ୍ରଦାନ କରାଯିବ। ଖାରଜ ଆବେଦନରୁ ୨୨ ପ୍ରତିଶତଙ୍କୁ ମିଳିଛି ଟଙ୍କା। ଅନ୍ୟ ୫ଲକ୍ଷ ଆବେଦନକୁ ନେଇ ଯାଞ୍ଚ ହେବ। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ମାର୍ଚ୍ଚ ୮ରୁ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।