ରାଜନୀତିରେ ପ୍ରବୋଧ, କଂଗ୍ରେସର ହାତ ଧରିଲେ ପୂର୍ବତନ ହକି ତାରକା

ରାଜନୀତିରେ ପାଦ ଥାପିଛନ୍ତି ଭାରତର ପୂର୍ବତନ ହକି ତାରକା ପ୍ରବୋଧ ତିର୍କି।

ରାଜନୀତିରେ ପ୍ରବୋଧ, କଂଗ୍ରେସର ହାତ ଧରିଲେ ପୂର୍ବତନ ହକି ତାରକା

ରାଜନୀତିରେ ପାଦ ଥାପିଛନ୍ତି ଭାରତର ପୂର୍ବତନ ହକି ତାରକା ପ୍ରବୋଧ ତିର୍କି। ସେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ , ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ଓ ଦଳର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି ପ୍ରବୋଧ ତିର୍କି। ଆଗାମୀ ବିଧାନସଭା ନିର୍ବାଚନରେ ପ୍ରବୋଧ ତଳସରା ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି।