ଧାନ ବଦଳରେ ଅନ୍ୟ ଫସଲ କଲେ ମିଳିବ ପ୍ରୋତ୍ସାହନ: କୃଷିମନ୍ତ୍ରୀ
ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଦେବେ ପ୍ରୋତ୍ସାହନ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି ସରକାର ।

ଧାନ ବଦଳରେ ଅନ୍ୟ ଫସଲ କଲେ ମିଳିବ ପ୍ରୋତ୍ସାହନ: କୃଷିମନ୍ତ୍ରୀ
ଭୁବନେଶ୍ୱର: ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଦେବେ ପ୍ରୋତ୍ସାହନ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି ସରକାର । କେନ୍ଦ୍ର କୃଷି ବଜେଟରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ । ବର୍ତ୍ତମାନ ୧୯ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ରାଜ୍ୟର ୧୭୭ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ସେହିପରି ପଣସ, ଫୁଲ, ମସଲା ଓ ଛତୁ ମିଶନ ମଧ୍ୟ ହାତକୁ ନେଉଛନ୍ତି ସରକାର ।
ସେହିପରି କୃଷି ସଚିବ ଅରବିନ୍ଦ ପାଢୀ କହିଛନ୍ତି, ଆମ ରାଜ୍ୟ ଧାନ ଉତ୍ପାଦନରେ ଗୋଟିଏ ଆଗୁଆ ରାଜ୍ୟ ହୋଇଛି । ତେଣୁ ରାଜ୍ୟ ସରକାରଙ୍କ ଯାହା ବି ଦିଗଦର୍ଶନ ଅଛି ସେହି କ୍ରମରେ ଆମେ ଅନ୍ୟ ଫସଲକୁ ବି ଗୁରୁତ୍ୱ ଦେବୁ । ସରକାରଙ୍କ ପ୍ରଧାନ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଲାଭାନ୍ୱିତ କରିବା । ଚାଷୀ ହିତରେ ହିଁ ସବୁ କାମ କରାଯାଉଛି । ଆଜି ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ 'ଫସଲ ବିବିଧିକରଣକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା' ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କଳାହାଣ୍ଡି ଜିଲ୍ଲାପାଳ ସୁଶ୍ରୀ ଅନ୍ବେଷା ରେଡ୍ଡି ଏବଂ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଂଶଗ୍ରହଣ କରିଥିଲେ।