ମିଳିଲା ସୟଦ ଈଶାନ ବୁଖାରୀର ଚାଟିଙ୍ଗର ତଥ୍ୟ
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ସେ କହିଛନ୍ତି, ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ବାଟସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।ଏସଟିଏଫ୍ ଏସପି ଆହୁରି କହିଛନ୍ତି, ଏବେ ବୁଖାରୀ ଜୁଡିସିଆଲ କଷ୍ଟଡିରେ ଅଛି। ବୁଖାରୀକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ। ଜମ୍ମୁ ପୁଲିସ, ପଞ୍ଜାବ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ଅଛି ଏସଟିଏଫ୍। ଏଯାଏ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଖୁବ୍ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ କରାଯିବ। ଏଫଆଇୟୁକୁ ଏନେଇ ଚିଠି ଲେଖାଯାଇଚି। ଏହାଛଡ଼ା ଅନୟୁଜୁଆଲ ଅର୍ଥନୈତିକ କାରବାର ସମ୍ବନ୍ଧରେ ତଦନ୍ତ ଚାଲିଛି। ତାର ସ୍ତ୍ରୀମାନଙ୍କ ସହ ଖୁବ ଶୀଘ୍ର ଯୋଗାଯୋଗ କରାଯିବ। ସିଡିଆର ବା କଲ ଡିଟେଲ ରେକର୍ଡ ବାହାର କରାଯିବ। ଆଇଏସଆଇ ଲିଙ୍କ ନେଇ ମୋବାଇଲ ଫୋନର ରିଟ୍ରାଇଭ କରାଯାଉଛି। ଖୁବ ଶୀଘ୍ର ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ ଆସି ତାକୁ ରିମାଣ୍ଡରେ ନେବେ।
ଆତଙ୍କବାଦୀଙ୍କ ଲିଙ୍କ୍ରେ ରହୁଥିଲା ସୟଦ ଈଶାନ ବୁଖାରୀ। ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖିଥିଲା। କାହାକୁ ଡାକ୍ତର, ଆଉ କାହାକୁ ପିଏମ୍ଓ ଅଫିସ୍ ଅଧିକାରୀ; କାହାକୁ ଆର୍ମି ଅଫିସର ତ କାହାକୁ ଏନ୍ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା।