ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ

୧୭ ଦିନ ପରେ ଟନେଲ ଭିତରୁ ଉଦ୍ଧାର ପାଇଲେ ୫ ଓଡ଼ିଆ ଶ୍ରମିକ , ଉଦ୍ଧାର କାର୍ଯ୍ୟ ଜାରି

ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ

୧୭ ଦିନ ପରେ ଟନେଲ ଭିତରୁ ଉଦ୍ଧାର ପାଇଲେ ୫ ଓଡ଼ିଆ ଶ୍ରମିକ , ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ । ବାହାରିବା ନେଇ ୫ ଶ୍ରମିକଙ୍କ ଘରକୁ ଆସିଲା ଖବର । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ ।

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ । ଏବେ ସୁଦ୍ଧା ଶ୍ରମିକ ଉଦ୍ଧାର । ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଗଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର । ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଲେ ଶ୍ରମିକ । ସଫଳ ହେଲା ରେସ୍କ୍ୟୁ ଅପରେସନ୍‌ । 

ଅଭୁଲା ଏ ମୁହୂର୍ତ୍ତ... ସବୁଠାରୁ ଖୁସିର ଦିନ... ସମସ୍ତଙ୍କ ମୁହଁରେ ଆତ୍ମତୃପ୍ତିର ହସ । ଅନ୍ଧାରୀ ସୁଡ଼ଙ୍ଗ ଭିତରୁ ସଂଘର୍ଷ କରି ଜିତିଲା ଜୀବନ । ସ୍ଥାନୀୟ ଲୋକଙ୍କ ସମେତ ସମଗ୍ର ଦେଶବାସୀଙ୍କ ଡାକ ଶୁଣିଲେ ଭଗବାନ୍ । ମୃତ୍ୟୁକୁ ହରାଇବାର ଜିଦ୍‌ ଆଜି ଉଭୟ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ଙ୍କ ପାଇଁ ସଫଳତା ଆଣିଦେଇଛି ।

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ । 

ସୂଚନାଯୋଗ୍ୟ ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ।

ଉତ୍ତରକାଶୀ ଟନେଲ ଭିତରେ ଫସିଥିବା ସମସ୍ତ ୪୧ ଶ୍ରମିକ ଉଦ୍ଧାର; ସମସ୍ତେ ସୁସ୍ଥ ଓ ସତେଜ ଥିବା ସୂଚନା; ସମସ୍ତଙ୍କୁ ମେଡ଼ିକାଲ୍‌ ନିଆଯାଉଛି