ନେମାଳ ଅଚ୍ୟୁତାନନ୍ଦଙ୍କ ଗାଦୀ ପୀଠ ରେ 5T ସଚିବ
ଅଚ୍ୟୁତାନନ୍ଦଙ୍କ ଗାଦୀ ପୀଠର ରୂପ ରେଖ ବଦଳିବ : କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା ରେ ସାମିଲ୍ ହେଲେ ୫-ଟି ସଚିବ ଭାବେ ପାଣ୍ଡିଆନ୍

ନେମାଳ : ନୂଆ ରୂପ ପାଇବ ନେମାଳ ଅଚ୍ୟୁତାନନ୍ଦଙ୍କ ଗାଦୀ ପୀଠ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଏହି ମହାପୁରୁଷଙ୍କ ପୀଠର ବିକାଶ ହେବ । ପୀଠ ବୁଲିବା ସହ ସ୍ଥାନୀୟ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।
ହଠାତ୍ ଗତକାଲି ଅପରାହ୍ଣରେ କଟକ ନିଶ୍ଚିନ୍ତକୋଇଲିରେ ଥିବା ଅଚ୍ୟୁତାନନ୍ଦଙ୍କ ଗାଦୀ ପୀଠ ପଦ୍ମବନରେ ପହଞ୍ଚିଥିଲେ ଫାଇଭ-ଟି ସଚିବ । ତାଙ୍କ ସହ ଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଜିଲ୍ଲାରର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ।
ପାଣ୍ଡିଆନ ମହାପୁରୁଷ ଅତ୍ୟୁତାନନ୍ଦଙ୍କ ଦର୍ଶନ କରିବା ସହ ଅତ୍ୟୁତାନନ୍ଦ ଗୋପୀନାଥଜୀଉ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନଙ୍କ ସହ ପୀଠର ବିକାଶ ନେଇ ଆଲୋଚନା କରିଥିଲେ । ଅବହେଳିତ ଅବସ୍ଥାରେ ପଡିଥିବା ପୀଠର କଣ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେନେଇ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ।
ତେବେ ୫-ଟି ସଚିବଙ୍କ ଗସ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଖୁସୀ ବାତାବରଣ ଖେଳିଯାଇଛି । ରାଜ୍ୟ ସରକାର ଗତ କିଛି ବର୍ଷ ହେବ ରାଜ୍ୟରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମଠ ଓ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ବିଳମ୍ବ ରେ ହେଲେ ମଧ୍ୟ ଅଚ୍ୟୁତାନନ୍ଦ ପୀଠ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିଥିବା ରୁ ଏନେଇ ଅଞ୍ଚଳବାସୀ ବେଶ୍ ଖୁସି ଜାହିର କରିଛନ୍ତି। କାହିଁକି ନା ଅଚ୍ୟୁତାନନ୍ଦ ପୀଠ ର ଏପରି ଏକ ମହାତ୍ମ ରହିଛି ଯାହାକି ଦୁନିଆରେ ବିରଳ । ବହୁ ପ୍ରସିଦ୍ଧ ଅଚ୍ୟୁତାନନ୍ଦ ଙ୍କ ରଚିତ ମାଳିକା ଜନମାନସରେ ବେଶ୍ ଲୋକାଦୃତ ସେଦୃଷ୍ଟିରୁ କଳିଯୁଗର ଭବିଷ୍ୟ ବାଣୀ ନେଇ କାହିଁ କେଉଁ କାଳରୁ ଲୋକ ଙ୍କ ଏକ ଆସ୍ଥା ରହିଛି ଯେଉଁଥିପାଇଁ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସମାଧି ପୀଠ ନେମାଳ ବେଶ୍ ଲୋକପ୍ରିୟ ହୋଇ ପାରିଛି ।