ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତର ଛିଟା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ମହାପ୍ରଭୁଙ୍କର ଅବକାଶ ନୀତି ବଢ଼ିବା ପରେ ଧୁକୁଡ଼ି ଦ୍ୱାର ନିକଟରେ ରକ୍ତ ପଡ଼ିଥିବାରୁ କରାଗଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତର ଛିଟା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ମହାପ୍ରଭୁଙ୍କର ଅବକାଶ ନୀତି ବଢ଼ିବା ପରେ ଧୁକୁଡ଼ି ଦ୍ୱାର ନିକଟରେ ରକ୍ତ ପଡ଼ିଥିବାରୁ କରାଗଲା ବଡ଼ ମହାସ୍ନାନ । ଧୁକୁଡ଼ି ଦ୍ୱାର ନିକଟରେ ରକ୍ତ ପଡିଥିବା ନେଇ ସେବାୟତଙ୍କ ଦୃଷ୍ଟିକୁ ଆସିବା ପରେ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଥିଲା । ତେବେ ବଡ଼ ମହାସ୍ନାନ ପରେ ଠାକୁରଙ୍କର ଅନ୍ୟାନ୍ୟ ନୀତି କାନ୍ତି ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତର ଛିଟା ପଡିଥିଲା । ତେବେ ଏହା ସେବାୟତଙ୍କ ଦୃଷ୍ଟି ଗୋଚରକୁ ଆସିଥିଲା । ଏହା ଜଣାପଡିବା ପରେ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଥିଲା । ମହାସ୍ନାନ ପରେ ଏବେ ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିଛି ।