ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ପାଖାପାଖି ୧୦୦ ହେକ୍ଟର୍ରେ ବାଘ ରହଣି ସ୍ଥଳ ହେବ । ବାକି ୧୦୦ ହେକ୍ଟର୍ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ ।

ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ଶିମିଳିପାଳ ପାଖରେ ହେବ ବିଶ୍ୱର ପ୍ରଥମ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ । ପିସିସିଏଫ୍ (ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏହି ସଫାରୀ ପ୍ରତିଷ୍ଠା ହେବ । ଏଥିଲାଗି ଏନ୍ଟିସିଏ ଅନୁମତି ଦେଇଛି । ଏହା ଶିମିଳିପାଳ ଅଭୟାରଣ୍ୟ ଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର୍ ଜମିରେ ସ୍ଥାପନ ହେବ ।

ପାଖାପାଖି ୧୦୦ ହେକ୍ଟର୍ରେ ବାଘ ରହଣି ସ୍ଥଳ ହେବ । ବାକି ୧୦୦ ହେକ୍ଟର୍ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ଏଠାରେ ରହିବେ । 

ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଏଭଳି ସଫାରୀ ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନକୁ ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହାଦ୍ୱାରା ସଂରକ୍ଷକ, ଗବେଷକ ଓ ଉତ୍ସାହୀ ଏବଂ ସାଧାରଣ ଜନତା ଏହି ବିରଳ ଜୀବମାନଙ୍କକୁ ନିକଟରୁ ଦେଖିପାରିବେ । ବାଘଙ୍କ ସଂରକ୍ଷଣ ସହ ସଚେତନତା ହେବେ । ସଫାରୀ ଜାତୀୟ ରାଜପଥ ଓ ବାରିପଦା ସହର ନିକଟରେ ହେବାରୁ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହେବ।