ହୁଣ୍ଡାଇ କାରରୁ ୨ପିସ୍ତଲ ଜୀବନ୍ତ ଗୁଳିସହ ୩ଯୁବକ ଗିରଫ
ସୋନପୁର ପୋଲିସ ର ସଫଳତା,ହୁଣ୍ଡାଇ କାରରୁ ୨ପିସ୍ତଲ ଜୀବନ୍ତ ଗୁଳିସହ ୩ଯୁବକ ଗିରଫ l

ସୁବର୍ଣ୍ଣପୁର /08/8/23 ପଶ୍ଚିମ ଓଡିଶା ବାର୍ତ୍ତା ( ଉଗ୍ରସେନ କର୍ମୀ )- ଗତକାଲି ସନ୍ଧ୍ୟା ସମୟରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଥାନା ସବ- ଇନ୍ସପେକ୍ଟର ଶମ୍ଭୁଭୂଷଣ ଦେହେରୀ ଦ୍ରୁତ ଗତିରେ ଯାଉଥିବା ଗୋଟିଏ ଲାଲ ରଙ୍ଗର ହୁଣ୍ଡାଇ ଭରନା କାର୍ ଦେଖିଥିଲେ l ଯାହାର ନମ୍ବର ସି. ଜି. ୦୪ ଡିଡି ୬୬୬୦ ଅଟେl କାର କୁ ଅଟକାଇ ଗାଡ଼ି ଭିତରୁ ୨ ଟି ପିସ୍ତଲ, ଗୁଳି ଓ ମାରଣାସ୍ତ୍ର ସହ ତିନି ଜଣ ଅଭିଯୁକ୍ତ ଅଙ୍କୁର ଦିବାକର, ମୋହିତ ଦିବାକର, ଅଭାଦେସ କୁମାର ଯାଦବ ଯାହାଙ୍କ ଘର ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତ ରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା ମାତ୍ର ଅଭିଯୁକ୍ତ ମାନେ ଗୁଳି ଭୟ ଦେଖାଇଥିଲେ।ପୋଲିସ ଶେଷରେ ମହାନଦୀ ପୋଲ ପାଖରେ ତାଙ୍କୁ ଅଟକାଇ ଧରିବାରେ ସଫଳ ହୋଇ ଥିବା ନେଇ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପୁଣି ରିମାଣ୍ଡ ରେ ଆଣି ଅଧିକ ତଦନ୍ତ ଜାରି ରଖିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ରାଜକିଶୋର ମିଶ୍ର,ଆଇଆଇସି ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।