ବୋଲେରୋକୁ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କୋଇଲା ଟ୍ରେନ୍
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା।

ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା। ବନ୍ଦର ମେକାନିକାଲ କୋଲ୍ ହ୍ୟାଣ୍ଡେଲିଂ ପ୍ଲାଣ୍ଟ୍ ନିକଟରେ ଏକ କୋଇଲା ଟ୍ରେନ୍ ଆସୁଥିବା ବେଳେ ଏହି ସମୟରେ ରାସ୍ତା ପାର କରୁଥିବା ଏକ ବୋଲେରୋ କୁ ଧକ୍କା ଦେଇ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇଛି ଏହି ମାଲବାହୀ ଟ୍ରେନ। ଯଦିଓ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲେରୋ ରେ ଯାଉଥିବା କର୍ମଚାରୀ ମାନେ।
ବନ୍ଦର ମଧ୍ୟରେ ଦିନରାତି ରୀତିମତ କାର୍ଗୋ ପରିବହନ ହେଉଥିବାରୁ ଏନେଇ କ୍ରସିଂ ନିକଟରେ କୌଣସି ଫାଟକ ନିର୍ମାଣ କରାଯାଇ ନାହିଁ। ଯେ କେହି ଏହି କ୍ରସିଂ ରେ ଯାତାୟାତ କରିଥାନ୍ତି ନିଜସ୍ଵ ସାବଧାନତା ଅବଲମ୍ବନ କରି ପାରିପାର୍ଶ୍ବିକ ସ୍ଥିତି ପରିଲକ୍ଷିତ କରି ଯିବା ଆସିବା କରିଥାନ୍ତି। କିନ୍ତୁ MCHP କ୍ୟାଣ୍ଟିନ ନିକଟରେ ଏକାଧିକ ଟ୍ରେନ ଚଳାଚଳ ହେଉଥିଲେ ମଧ୍ୟ ବୋଲେରୋ ଡ୍ରାଇଭର କିପରି ଜାଣି ଅଜଣା ହେଲା ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ତାଛଡ଼ା ଲକ୍ଷ ଲକ୍ଷ ଟନ୍ ପଣ୍ୟ ପରିବହନ କରି ବନ୍ଦର ନିଜର କ୍ଷମତା ବୃଦ୍ଧି କରୁଥିଲେ ମଧ୍ୟ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟ ରେ କିପରି ନିରାପତ୍ତା ବିଦ୍ଧି ବ୍ୟବସ୍ଥା କୁ ଏଡ଼ାଇ ଯାଉଛି ବନ୍ଦର ପ୍ରଶାସନ ସେନେଇ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ଦାୟିତ୍ଵ ହୀନତା ର ପରିଚୟ ଦେବାସହ ଏକ ଖାମଖିଆଲି ମନୋଭାବ କୁ ସାଧାରଣ ରେ ନାପସନ୍ଦ କରାଯାଉଛି । ତେବେ ଆଜି ସିନା ଜୀବନ ବଞ୍ଚିଗଲା ଆଗାମୀ ଦିନରେ ଯେ ଏପରି ଦୁର୍ଘଟଣାରେ ପ୍ରାଣହାନୀ ନଘଟିବ ସେନେଇ ଉତ୍ତର ଦାୟୀ କିଏ ହେବ । ସେଦୃଷ୍ଟିରୁ ବେଳହୁଁ ସାବଧାନ ରହିବା ନିତୀ ରେ ନିଜର ଦାୟିତ୍ଵ ହୀନତା ରୁ ଉର୍ଦ୍ଧରେ ବନ୍ଦର ପ୍ରଶାସନ ଏଥିପ୍ରତି ସଜାଗ ରହିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍