ତାତି ରୁ ଆଶ୍ବସ୍ତି

ଘଡଘଡି ବିଜୁଳି ସାଙ୍ଗକୁ କ୍ଷଣିକ ପାଇଁ ଝଡ ବର୍ଷା ର ତାଣ୍ଡବ, ପରେ ପରେ ଝିପି ଝିପି ବର୍ଷା

ତାତି ରୁ ଆଶ୍ବସ୍ତି

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, କଥାରେ ଅଛି ଏହି ପବିତ୍ର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ ତାହା ଆଦୌ କ୍ଷୟ ହୋଇନଥାଏ। ବାସ୍ ରାଜ୍ୟ ବାସୀ ଏହାକୁ ନେଇ ଚିନ୍ତା କରୁଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳକୁ ଆକାଶରେ ଘନଘନ ବିଜୁଳି ମାରିବା ସାଙ୍ଗକୁ ଆରମ୍ଭ ହୋଇଥିଲା ଦୀର୍ଘ ସମୟ ଧରି ଘଡଘଡି ର କରାଳ ଶବ୍ଦ, ବାସ୍ ବେଶି ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ ସଙ୍ଗେ ସଙ୍ଗେ ତତଲା ମାଟିକୁ ଭିଜେଇ ଦେବା ପାଇଁ ବରଷି ଯାଇଥିଲା ଅନବରତ ବର୍ଷା ପୁଣି ତା ସାଙ୍ଗକୁ ତୁହା କୁ ତୁହା ପବନ ଯାହାକି ଏ କାଳ ବୈଶାଖୀ ରେ ଝଡବାତ୍ୟା ର ଭ୍ରମ ସୃଷ୍ଟି କରିଥିଲା । ବର୍ଷା ପବନ ସିନା ବେଶି ସମୟ ଧରି ଲାଗି ରହିଲା ନାହିଁ କିନ୍ତୁ ଲାଗି ରହିଥିଲା ଝିପି ଝିପି ବର୍ଷା ର ଆସର। ବାସ୍ ଏହି ବର୍ଷା ରାଜ୍ୟର ଅଧିକାଂଶ ତତଲା ମାଟିକୁ ଓଦା କରିବା ରେ ବେଶ୍ ସହାୟକ ହୋଇଥିଲା ଯେଉଁଥିରେ ଝାଞ୍ଜି ପବନ ସାଙ୍ଗକୁ ତତଲା କଡେଇ ରେ ଆଉଟୁ ପାଉଟୁ ହେଉଥିବା ଜନ ଜୀବନ କିଛିଟା ଆଶ୍ବସ୍ତି ଅନୁଭବ କରିଥିଲେ। ଯଦିଓ ଜୀବ ଜଗତ ମଧ୍ୟ ରାତି ଗୋଟାଏ ବେଳେ ନିଘୋଡ଼ ନିଦରେ ଶୋଇ ଯାଇଥିଲେ କିନ୍ତୁ ଯେଉଁ କେତେକ ଲୋକ ଚେଇଁ ରହିଥିଲେ ସେମାନେ ସାଉଁଟି ଥିଲେ ଏହି ତତଲା ମାଟିରେ ଅନବରତ ବରଷି ଚାଲିଥିବା ଏ ନିଆରା ଅନୁଭୂତି କୁ

ସାରା ରାଜଧାନୀ ଶୋଇ ପଡିଥିବା ବେଳେ କାର୍ ରେ ଭୁବନେଶ୍ବର ବୁଲି ରାତ୍ରି କାଳୀନ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଅନୁଭୁତି ନିଶ୍ଚିନ୍ତ ଟିକେ ନିଆରା। ଯାହାକୁ ନେଇ ଅନୁଭୁତି ହିଁ ବଖାଣି ଥାଏ ଅନୁଭବ ର ଗାଥା।

ତେବେ କାଳବୈଶାଖୀ ପ୍ରଭାବରେ ସମଗ୍ର ରାଜ୍ୟରେ ଖସିଛି ପାରଦ। ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ବିଶେଷ କରି ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଝଡ଼ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। 

ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଏବଂ ବୌଦ୍ଧରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦେଖି ଏସବୁ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ SRCଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ୨୮ ପରେ କିନ୍ତୁ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।