ଫେବୃଆରୀ ଆରମ୍ଭରୁ ଜାଳିଲାଣି । ଆଗକୁ କେତେ...

ଚଳିତ ମାସ ଶେଷ ସପ୍ତାହ ବେଳକୁ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ

ଫେବୃଆରୀ ଆରମ୍ଭରୁ ଜାଳିଲାଣି । ଆଗକୁ କେତେ...

ଫେବୃଆରୀରେ ୪୦ ଛୁଇଁବ ତାତି !

ଫେବୃଆରୀ ଆରମ୍ଭରୁ ଜାଳିଲାଣି । ଆଗକୁ କେତେ... ଚଳିତ ମାସ ଶେଷ ସପ୍ତାହ ବେଳକୁ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।

ଭୁବନେଶ୍ୱର: ଫେବୃଆରୀ ଆରମ୍ଭରୁ ଜାଳିଲାଣି । ଆଗକୁ କେତେ... ଚଳିତ ମାସ ଶେଷ ସପ୍ତାହ ବେଳକୁ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ । ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନ ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ସପେଟେ ରାଜଧାନୀର ଗତ ୪ ଦିନର ତାପମାତ୍ରା ୩୫ ଡିଗ୍ରୀ ଡେଇଁଛି । ଏମିତିକି ଏପ୍ରିଲ ମେ ଭଳି ଏବେ ସକାଳ ୮ ଟାରୁ ଟାଣ ଖରା ହୋଇଯାଉଛି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ମାର୍ଚ୍ଚରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛନ୍ତି । ତେଣୁ ଏଥର ତାତିରୁ ଓଡିଶାବାସୀଙ୍କୁ ନିସ୍ତାର ମିଳିବ ନାହିଁ ।

ତେବେ ୧୮ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ଅଧିକ ରହିବ। ସମ୍ଭବତଃ ୨୨ ତାରିଖ ସୁଦ୍ଧା ଭୁବନେଶ୍ବର ସମେତ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗତ ୪ ମାସ ହେଲା ବର୍ଷା ନାହିଁ । ନଭେମ୍ବରଠାରୁ ବର୍ଷା ନ ହୋଇ ମାଟି ଶୁଖିଲା ରହିଛି । ଫଳରେ ମାଟିର ଆର୍ଦ୍ରତା କମ ଥିବାରୁ ତଥା ମାଟି ଶୁଖିଲା ଯୋଗୁଁ ତାପମାତ୍ରା ଖୁବ ଅଧିକ ରହିଛି । ସହରୀକରଣ, ଜଙ୍ଗଲ ଧ୍ବଂସ, ଯାନବାହନ ଚଳାଚଳ, ଜଳାଶୟ ଅଭାବ ଏବଂ ବାୟୁ ପ୍ରବାହ ଜନିତ ଉତ୍ତାପ ନିର୍ଗତରେ ବାଧାପ୍ରାପ୍ତ ହେଉଛି। ତେଣୁ ରାଜଧାନୀରେ ତାପମାତ୍ରା ବୃଦ୍ଧି ପାଉଛି ।