୪ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା ଓ ସମାବେଶ

ଦକ୍ଷିଣାଞ୍ଚାଳ ଅବିଭକ୍ତ ଗାଁସାଥି ମେଟ ସଙ୍ଘର ବିଶାଳ ଶୋଭାଯାତ୍ରା ଓ ସମାବେଶ।

୪ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା ଓ ସମାବେଶ

 ୪ ଦଫା ଦାବିରେ ଦକ୍ଷିଣାଞ୍ଚାଳ ଅବିଭକ୍ତ କୋରାପୁଟ ଜିଲ୍ଲା ଗାଁସାଥି ମେଟ ସଙ୍ଘ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ସମାବେଶ ହୋଇଥିଲା । ସ୍ଥାନୀୟ ହାଇସ୍କୁଲ ପିଡ଼ିଆରୁ ଗାଁ ସାଥି ମେଟ ସଙ୍ଘର କର୍ମକର୍ତା ମାନେ ବାହାରି କୋରାପୁଟ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ମାସିକ ପ୍ରୋସଚାହନ ରାଶି ୧୦ ହଜାରରୁ ଅଧିକ, ୩ ଜିଲ୍ଲାର ସମୂର୍ଣ୍ଣ ଡାଟାବେଶ ଦେବା ସହ ଗାଁ ସାଥିକୁ ମାସକୁ ୧୦ ଦିନ ଓ ବର୍ଷକୁ ୧୦୦ ଦିନ କାମ ପ୍ରଦାନ କରିବା ଏବଂ ଜବକାର୍ଡ଼ଧାରୀ ଙ୍କ ଶ୍ରମ ଦିବସ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନ ରଖିବା ସହ ଦୈନିକ ଶ୍ରମ ମଜୁରୀ ୨୩୭ ରୁ ୩୩୭ ଟଙ୍କାକୁ ବୃଦ୍ଧି କରାଯିବା ଆଦି ଦାବି ଗୁଡିକ ଦାବିପତ୍ରରେ ଉଲ୍ଲେଖିତ କରା ଯାଇଥିବା କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ଗାଁ ସାଥି ମେଟ ସଙ୍ଘ ସାଧାରଣ ସମ୍ପାଦକ କର୍ଣ୍ଣ ଦୁରିଆ । ଏହାର ଉତ୍ତରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝି ପ୍ରତିଶୃତି ଦେଇ କହିଛନ୍ତି କି,ଯେଉଁ ସବୁ କାର୍ଯ୍ୟ ଜିଲ୍ଲାପାଳଙ୍କ ସ୍ତରରେ ହେବା କଥା ତାହା ଜିଲ୍ଲାପାଳ କରିବେ, କିନ୍ତୁ ଯାହା ରାଜ୍ୟସ୍ତ୍ରରରେ ହେବା କଥା, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତୁରନ୍ତ ଏହି ଦାବିପତ୍ର ପଠାଯିବ।

ତେବେ ଅବିଭକ୍ତ ଗାଁ ସାଥି ମେଟ ସଙ୍ଗ କହିଛି ଯଦି ସାତ ଦିନ ଭିତରେ ଏ ସମସ୍ତ ଦାବି ପୂରଣ ନ ହୁଏ ତେବେ, ଆମେ ବାଧ୍ୟ ହେବୁ ଆଗକୁ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ । ଏବେ ଦେଖୀବାକୁ ବାକି ରହିଲା ଗାଁ ସାଥୀଙ୍କ ଏସବୁ ସମସ୍ୟା କେତେ ଶୀଘ୍ର ସମାଧାନ ହେଉଛି, ନା ଏହା ଆହୁରି ଆଗକୁ ଯାଉଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋସ୍ଥା ରାଉଳଙ୍କ ରିପୋର୍ଟ ଓଡିଶା ନ୍ୟୁଜ ମେକର୍ସ