ଆଜି ୨ ହଜାର ରେଳପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଜି ଦୁଇ ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ଦୁଇ ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅମୃତ ଭାରତ ଷ୍ଟେସନ ଅଧିନରେ ପ୍ରାୟ ୫୩ଟି ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ଶିନାନ୍ୟାସ ମଧ୍ୟ କରିବେ ।
୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନ ଗୁଡିକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃ ବିକଶିତ କରାଯିବ । ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ ର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ଏହି ସଡକ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ ପ୍ରକଳ୍ପ ଗୁଡିକର ମୋଟ୍ ମୂଲ୍ୟ ପ୍ରାୟ ୨୧ ହଜାର ୫୨୦ କୋଟି ଟଙ୍କା ରହିଛି।