ବଜାରରେ ଗଞ୍ଜେଇ ଚକୋଲେଟ୍ : ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ

ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ ପାନ ଦୋକାନରେ ବିକ୍ରି ହେଉଛି ।

ବଜାରରେ ଗଞ୍ଜେଇ ଚକୋଲେଟ୍ : ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ

ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ ପାନ ଦୋକାନରେ ବିକ୍ରି ହେଉଛି । ପୋଲିସ ଏବେ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ଅନନ୍ତ ବାରିକ । ୧୪୦ଟି ଗଞ୍ଜେଇ ଚକୋଲେଟ୍ ପୋଲିସ ଅନନ୍ତଙ୍କ ନିକଟରୁ ଜବତ ହୋଇଛି । କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଗଞ୍ଜେଇ ଚକୋଲେଟ ଆଦୃତ ବୋଲି ଜଣାପଡିଛି ।

ଯାହା ଚାରମିନାର ଗୋଲ୍ଡ ମୁନାକ୍କା ନାମରେ ପରିଚିତ । ୨୦ ଟଙ୍କାରେ ୫ ଗ୍ରାମର ଚକୋଲେଟ୍ ବିକ୍ରି ହେଉଛି । ଏହି ସବୁ ଚକୋଲେଟ ବାଲେଶ୍ୱରରେ ତିଆରି ହେଉଥିବା ଜଣାପଡିଛି । ଯାହା ଦାଦନ ଶ୍ରମିକଙ୍କ ଜରିଆରେ ହାଇଦ୍ରାବାଦକୁ ଚାଲାଣ ହେଉଥିବା ଜଣାପଡିଛି । ହାଇଦ୍ରାବାଦର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଓଡିଆ ଦାଦନ ଶ୍ରମିକଙ୍କ ନିକଟରୁ ୪୧.୫ କିଲୋ ଗଞ୍ଜେଇ ଚକୋଲେଟ ଜବତ କରିଛି ।