ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆଇଆଇଏମ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଲେ ଭୂରି ଭୂରି ପ୍ରଶଂସା ।

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆଇଆଇଏମ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଲେ ଭୂରି ଭୂରି ପ୍ରଶଂସା । ଦେଶର ଅର୍ଥନୀତିକୁ ବିଶ୍ୱ ସ୍ତରରେ ପହଞ୍ଚାଇଥିବାରୁ ମୋଦୀଙ୍କୁ ପ୍ରଶଂସା କଲେ ।

ଆହୁରି ବି iim campus ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ସୁଦୃଢ ଅର୍ଥନୀତି ପାଇଁ ଷ୍ଟାର୍ଟଅପରେ ସଫଳ ହୋଇଛି ଓଡ଼ିଶା ।

iim ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ବଡ଼ ବଡ଼ କଂପାନୀରେ ଦାୟିତ୍ୱ ନେବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । 

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତୀୟ ଭାଷା ଭଲ ପାଆନ୍ତି । ତାଙ୍କ ଦିଗଦର୍ଶନରେ ଓଡ଼ିଶାରେ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ, ସମସ୍ତଙ୍କୁ ଜୁହାର କହି ଭାଷଣ ଆରମ୍ଭ କରିଥିଲେ ନବୀନ । ଆଉ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଖୁସି ହୋଇଥିଲେ ପ୍ରଧାନମନ୍ତ୍ରୀ । ସେହିପରି ନବୀନଙ୍କ ସହ ସଭାମଞ୍ଚରେ ସ୍ମିତ ହାସ୍ୟ ଦେଇ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ ।