ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନ
ପୁରସ୍କାର ଭାବେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ସମ୍ମାନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମାନ ପାଇବାରେ ଡ. ପଟ୍ଟନାୟକ ହେଉଛି ପ୍ରଥମ ଓଡିଆ ଭାଷାବିତ୍ । ଓଡିଆ ଭାଷା ଓ ସାହିତ୍ୟ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।
ପୁରସ୍କାର ଭାବେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ଓଡିଆ ଭାଷାର ବିକାଶ ପାଇଁ ଓଡିଆ ଭାଷା ପ୍ରତି ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପ୍ରତି ୫ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯିବ ।