ଗଗନୟାନ ଲଞ୍ଚ ପାଇଁ ପ୍ରସ୍ତୁତ

ଆସନ୍ତାକାଲି ସକାଳ 7:30 ମିନିଟ ରେ ଲଞ୍ଚ ହେବାର ନେଇ ଇସ୍ରୋ ପକ୍ଷରୁ ସୂଚନା, ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,

ଗଗନୟାନ ଲଞ୍ଚ ପାଇଁ ପ୍ରସ୍ତୁତ

ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆସନ୍ତାକାଲି ସକାଳ 7:30 ମିନିଟ ରେ ଲଞ୍ଚ ହେବାର ନେଇ ଇସ୍ରୋ ପକ୍ଷରୁ ସୂଚନା l ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ଏବଂ ୨୦୩୫ ସୁଦ୍ଧା ଏକ ସ୍ପେସ ଷ୍ଟେଶନ ସ୍ଥାପନ କରିବା ପାଇଁ ଭାରତ ଲକ୍ଷ୍ୟ କରିବା ଉଚିତ୍‌ ବୋଲି ବୈଜ୍ଞାନକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକମାନଙ୍କୁ ନୂତନ ଲକ୍ଷ୍ୟରେ ଶୁକ୍ର ଅର୍ବିଟର୍‌ ମିଶନ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ କହିଛନ୍ତି।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଗଗନୟାନ ମିଶନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସମୟରେ ମହାକାଶ ବିଭାଗ ମିଶନର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲା, ଯେଉଁଥିରେ ମାନବ-ମାନ୍ୟତା ପ୍ରାପ୍ତ ଲଞ୍ଚ ଯାନ ଏବଂ ସିଷ୍ଟମ ଯୋଗ୍ୟତା ଭଳି ବିକଶିତ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ସାମିଲ।

ରିପୋର୍ଟ ଓଏନ୍ଏମ୍ ନିୟୁଜ୍