ପ୍ରେମିକାକୁ କିସ୍ କରି ଫାଇନ ଗଣିଲେ ପ୍ରେମିକ
ପ୍ରେମରେ ପାଗଳ ପ୍ରେମୀଯୁଗଳ; ଚଳନ୍ତା ବାଇକରେ ପ୍ରେମିକାକୁ ବୁଲି ପଡ଼ି କିସ୍ କରୁଥିଲେ, ଫାଇନ୍ ଗଣିଲେ

ଚଳନ୍ତା ବାଇକ୍ରେ ବୁଲି ପଡ଼ି ପ୍ରେମିକାକୁ ଚୁମ୍ବନ(କିସ୍) ଦେଉଥିଲେ, ମୋଟା ଅଙ୍କର ଫାଇନ୍ ଗଣିଲେ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଡ଼କ ସୁରକ୍ଷା ନେଇ ସରକାର ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଯୁବପିଢ଼ି ପ୍ରେମ ନିଶାରେ ନିୟମକୁ ଫୁ କରି ଦେଉଛନ୍ତି । ପ୍ରେମର ନିଶା ଏତେ ଯେ ଏମିତିକି ହେଲମେଟ୍ ପିନ୍ଧିବାକୁ ମଧ୍ୟ ଭୁଲିଯାଉଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ପ୍ରେମୀଯୁଗଳ ବାଇକ୍ ଚାଲୁଥିବା ପ୍ରେମିକ ଜଣକ ବୁଲିପଡ଼ି ପ୍ରେମିକାକୁ କିସ୍ କରୁଛନ୍ତି । ଏମିତିକି ସେମାନେ ହେଲମେଟ୍ ମଧ୍ୟ ପିନ୍ଧି ନାହାନ୍ତି । ଭିଡ଼ ରାସ୍ତାରେ ନିୟମକୁ ଉଲଙ୍ଘନ କରି ବେପରୁଆ ଗାଡ଼ି ମଧ୍ୟ ଚଳାଉଛନ୍ତି । ଏହାର ଏକ ଭିଡିଓ ସ୍ଥାନୀୟ ଲୋକେ କଏଦ କରିଥିଲେ । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ବିଷୟରେ ଜାଣିବା ପରେ ସ୍ଥାନୀୟ ପୋଲିସ ଏନେଇ ଆକ୍ସନ ନେଇଛନ୍ତି । ଟ୍ରାଫିକ୍ ନିୟମ ନମାନିବା ନେଇ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଫାଇନ୍ କାଟିଛନ୍ତି । ଭିଡିଓରେ ରେକର୍ଡ ହୋଇଥିବା ଗାଡ଼ି ନମ୍ବର ଆଧାରରେ ଫାଇନ୍ କଟାଯାଇଛି ।
ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଯେଉଁଥିରେ ଯୁବପିଢ଼ି ଟ୍ରାଫିକ୍ ନିୟମକୁ ନ ମାନି ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଏଭଳି ବିପଦଜନକ ଭିଡିଓ କିନ୍ତୁ ଆପଣଙ୍କୁ ନ କରିବାକୁ ଅନୁରୋଧ ।