ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଥିବା ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପାରାଦୀପ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ସୂଚନା ଅନୁଯାୟୀ, ବଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତରଫରୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯାହାକୁ ରାଷ୍ଟ୍ରପତି ସ୍ଵୀକାର କରିଛନ୍ତି। ଏ ନେଇ ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।  ବୋଇତ ବନ୍ଦାଣ କର୍ଯ୍ୟକ୍ରମ ପୂର୍ବାହ୍ଣ ୧୦ଟାରେ ଆୟୋଜନ ହେବ। ପାରାଦୀପର ବୋଇତ ବନ୍ଦାଣ ଉତ୍ସବରେ ପ୍ରଥମ ଥର ରାଷ୍ଟ୍ରପତି ଯୋଗ ଦେବେ।