ଫସିଲେ ପାଣ୍ଡିଆନ

ସୂଚନା ଯେ, ଭିକେ ପାଣ୍ଡିଆନ ଯେତେବେଳେ ହେଲିକପ୍ଟରରେ ଗସ୍ତ କରୁଥିଲେ ସେ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ।

ଫସିଲେ ପାଣ୍ଡିଆନ

ଥମୁନି ପାଣ୍ଡିଆନ ଚର୍ଚ୍ଚା । ଏକଦା ରାଜ୍ୟ ରାଜନୀତିରେ ଥିଲା ବେଶ୍‌ ଦବଦବା । ପାଣ୍ଡିଆନଙ୍କ ବିନା ନିର୍ଦ୍ଦେଶରେ ବିଜୁ ଜନତା ଦଳ କିମ୍ବା ସରକାରରେ ପତ୍ରଟିଏ ବି ହଲୁନଥିଲା । ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ ଭିକେ ପାଣ୍ଡିଆନ । ସେ ଯେଉଁଠିକୁ ଯାଉଥିଲେ ପ୍ରବଳ ଭିଡ ଦେଖିବାକୁ ମିଳୁଥିଲା ।

ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ହେଉ କିମ୍ବା ନିର୍ବାଚନ ମଣ୍ଡଳୀରୁ ଅନ୍ୟ ନିର୍ବଚନ ମଣ୍ଡଳୀ, ହେଲିକପ୍ଟରରେ ଯିବା ଆସିବା କରୁଥିଲେ ଭିକେ ପାଣ୍ଡିଆନ ।

ଏପରିକି ରାସ୍ତାରେ ଗଲେ ବି ଲମ୍ବା କାରକେଡ୍‌ ଯାଉଥିଲା । ପାଣ୍ଡିଆନଙ୍କୁ ଦେଖିବାକୁ ଲାଗୁଥିଲା ଅସମ୍ଭବ ଭିଡ । କିନ୍ତୁ ଏବେ ସ୍ଥିତି ଭିନ୍ନ । ନା ଅଛି ସେ ଭିଡ ନା ହେଲିକପ୍ଟରରେ ବୁଲିବା ।

ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ସବୁକିଛି ଏପଟ ସେପଟ ହୋଇଯାଇଥିଲା । ଯେଉଁ ଦମ୍ଭରେ ରାଜନୀତି ଛାଡିବାକୁ କହିଥିଲେ, ବିଜେଡିର ପରାଜୟ ପରେ କେବଳ ଭିଡିଓଟିଏ ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ଭିକେ ପାଣ୍ଡିଆନ ।

କିନ୍ତୁ ଏବେ ପାଣ୍ଡିଆନଙ୍କୁ ନେଇ ପୁଣି ଚର୍ଚ୍ଚା । ଏଥର ତାଙ୍କ ବୁଲାବୁଲି ନୁହେଁ ବରଂ ବୁଲାବୁଲି ଖର୍ଚ୍ଚକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ବେଳେ ହେଲିକପ୍ଟରରେ ବୁଲୁଥିଲେ ଭିକେ ପାଣ୍ଡିଆନ । ପ୍ରତିଦିନ ୫/୬ଟିତ ନିର୍ବାଚନ ମଣ୍ଡଳୀ କଭର୍‌ କରୁଥିଲେ ।

କେବଳ ନିର୍ବାଚନ ବେଳେ ନୁହେଁ ସରକାରୀ କାର୍ଯ୍ୟରେ ଲୋକଙ୍କୁ ଅଭିଯୋଗ ଶୁଣିବାକୁ ଯିବା ବେଳେ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ । ଯାହାକୁ ନେଇ ଏବେ ନୂଆ ବିଜେପି ସରକାର ଆରମ୍ଭ କରିଦେଇଛି ତଦନ୍ତ । ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଏବଂ ଖର୍ଚ୍ଚକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।

ପରିବହନ ମନ୍ତ୍ରୀ ବିଭୁଜି ଜେନା କହିଛନ୍ତି, ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି। ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ। ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି। ଅପେକ୍ଷା କରନ୍ତୁ। ତଦନ୍ତ ଚାଲିଛି । କାର୍ଯ୍ୟାନୁଷ୍ଠାନ ହେବ। ଏହା ଏକ ପ୍ରକ୍ରିୟା।

ମନ୍ତ୍ରୀ କହିଛନ୍ତି, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ମାପଦଣ୍ଡ ବା କ୍ରାଇଟେରିଆ ରହିଛି। ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ। ଏ ଘଟଣାର ଆଉ ପୁନରାବୃତ୍ତି ନହେଉ।

ପରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, ଆମ ସରକାର ଏ ନେଇ ପ୍ରତିଶ୍ରୁତିବଦ୍ଧ । ହେଲିକପ୍ଟର କେଉଁଆଡେ କେଉଁଆଡେ ବୁଲିଛନ୍ତି ଏବଂ ଏ ବାବଦକୁ ରାଜ୍ୟ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସସବୁର ତଦନ୍ତ ହେବ । ଯିଏ ଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଲୋକ ମଧ୍ୟ ଏହାକୁ ମଧ୍ୟ ଚାହିଁ ରହିଛନ୍ତି।

ସୂଚନା ଯେ, ଭିକେ ପାଣ୍ଡିଆନ ଯେତେବେଳେ ହେଲିକପ୍ଟରରେ ଗସ୍ତ କରୁଥିଲେ ସେ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା । ହେଲିକପ୍ଟର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୩ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ କରିଥିଲା ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ।

କେବଳ ସେତିକି ନୁହେଁ ଭିକେ ପାଣ୍ଡିଆନ ଯେଉଁ ସବୁ ସ୍ଥାନକୁ ଯାଉଥିଲେ ସେଠାରେ ହେଲିପ୍ୟାଡ୍ ବି ତିଆରି କରାଯାଉଥିଲା । ଯାହାକି ସ୍ଥାନୀୟ ନେତା ଏବଂ ବିଧାୟକ ତଦାରଖ କରୁଥିଲେ । ତେଣୁ ଏ ସବୁ ଘଟଣାର ତଦନ୍ତ ହେବା ନେଇ କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା