ସ୍କୁଲ ବସ୍‌ ପାଇଁ ଆସିଲା ଗାଇଡଲାଇନ

ସ୍କୁଲ ବସ୍‌ ପାଇଁ ଆସିଲା ଗାଇଡଲାଇନ

ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହାସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ ।
ସେହିପରି ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ବସ୍‌ଟି ୫୦ କିଲୋମିଟରରୁ ଅଧିକ ସ୍ପିଡ଼ରେ ଚାଲିପାରିବନି। ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ ରହିଥିବା ବେଳେ ଗାଡି ଚାଲିବା ବେଳେ ବସର ଡୋରଟି ଭଲ ଭାବେ ଲକ ହେଉଥିବା ଆବଶ୍ୟକ । ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ଼ ଲାଇସେନ୍ସ ରଖିବା ଜରୁରୀ । ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ଏହାବ୍ୟତୀତ ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବା ଦରକାର । ଆଉ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ନିର୍ଦ୍ଦେଶନାମା ରହିଛି ।