ମହାନ ହାସ୍ୟ ଅଭିନେତା ରବି ଶତପଥି ଙ୍କ ପରଲୋକ

ଆରପାରିକୁ ଚାଲିଗଲେ ଯାତ୍ରା ଜଗତର ମହାନ ହାସ୍ୟ ଅଭିନେତା ରବି ଶତପଥି ଓରଫ୍ ପଦୁ ମହାନ୍ତି

ମହାନ ହାସ୍ୟ ଅଭିନେତା ରବି ଶତପଥି ଙ୍କ ପରଲୋକ

ଆରପାରିକୁ ଚାଲିଗଲେ ଯାତ୍ରା ଜଗତର ମହାନ ହାସ୍ୟ ଅଭିନେତା ରବି ଶତପଥି ଓରଫ୍ ପଦୁ ମହାନ୍ତି। ଯାତ୍ରା ଜଗତର ତାଙ୍କୁ ରବି ଶତପଥି କମ୍ ଓ ପଦୁ ମହାନ୍ତି ନାମରେ ବେଶି ଜାଣିଥାନ୍ତି। ବିଶିଷ୍ଟ ପ୍ରଖ୍ୟାତ ଯାତ୍ରା ଶାଗୁଣା ବସିଛି ଡେଣା ମେଲାଇ ରେ ସେ ପଦୁ ମହାନ୍ତି ଅଭିନୟ କରି ଯାତ୍ରା ଜଗତରେ ରାତାରାତି ଏକ ଚମକ୍ ତା ସିତାରା ପରି ଝଲସି ଉଠିଥିଲେ। ସମସ୍ତ ଙ୍କୁ ହସାଇ ହସାଇ ପେଟ ଦରଜ କରୁଥିବା ଏହି ପଦୁ ମହାନ୍ତି ଓରଫ୍ ରବି ଶତପଥି ଆଜି ସମସ୍ତଙ୍କୁ କନ୍ଦାଇ କନ୍ଦାଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି।

ଚିରନିଦ୍ରାରେ ଯାତ୍ରା ଜଗତର ବର୍ଷୀୟାନ ଅଭିନେତା ରବି ଶତପଥୀ । ଆଜି ସଂଧ୍ୟା ୭ଟା ୪୦ରେ ପୈତୃକ ଗାଁ ଜଗତସିଂହପୁରର ଅଗପାଳରେ ଅଭିନେତା ରବି ଶତପଥୀଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଫୁସଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ରବି ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ ପରିବେଷଣ କରିଥିଲେ । 

ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରି ଦେଇଥିଲା । ହେଲେ ଚଳିତ ବର୍ଷ ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲେ । ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କ୍ୟାନସରରେ ଆକ୍ରାନ୍ତ ବୋଲି । ବାସ୍ ସେହି ଦିନଠାରୁ ଅସୁସ୍ଥ ରହି ଆଜି ଇହ ଜଗତରୁ ବିଦାୟ ନେଇଛନ୍ତି । ତାଙ୍କର ମୃତ୍ୟୁର ଖବର ପାଇ ଯାତ୍ରା ଜଗତ, ଚଳଚ୍ଚିତ୍ର ଜଗତ ବିଶେଷ କରି ମଞ୍ଚ ଅଭିନୟ ଜଗତ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।