ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ନିତ୍ୟାନ୍ତ ଆବଶ୍ୟକ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ। ଏହି ମାମଲାରେ ହାଇକୋର୍ଟ ସତ୍ୟପାଠରେ ଉଲ୍ଲେଖ କଲା ASI । ଏ ନେଇ ASI ଅଧୀକ୍ଷକ କଣ ପ୍ରତିକ୍ରିୟା ରଖିଛନ୍ତି , ଆସନ୍ତୁ ଜାଣିବା ... ସେ କହିଛନ୍ତି ଯେ ୨୦୧୮ ମସିହାରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା , ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ନିତ୍ୟାନ୍ତ ଆବଶ୍ୟକ । ସେତେବେଳେ ଛାତରୁ ପାଣି ଗଳୁଥିଲା ଓ ଚଟାଣରେ ପଥର ମଧ୍ୟ ପଡ଼ିଥିଲା । ଏବେ ରତ୍ନଭଣ୍ଡାର ଭିତର ମରାମତି କରିବାର ଆବଶ୍ୟକତା ରହିଛି ।
ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଥିବା ବେଳେ କୋର୍ଟ ଅନୁମତି ଦେଲେ ଆଗାମୀ ଦିନ ରେ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କୁ ନିବେଦନ କରିଛି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଏହାର ମରାମତି ଓ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ପରିଚାଳନା କମିଟି । ଏହାସହ ରତ୍ନଭଣ୍ଡାର ଖୋଲିବାକୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯିବ । ଯେଉଁ ଟିମରେ ଏଏସଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ରହିବେ । ଅତ୍ୟାଧୁନିକ ଜ୍ଞାନକୌଶଳରେ ଓ ଲେଜର ସ୍କାନି ଦ୍ଵାରା ଯାଞ୍ଚ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହେବା ସହ ଏହାକୁ ସରକାରଙ୍କ ନିକଟକୁ ସୁପାରିଶ କରାଯାଇଥିଲା ।