ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ ।

ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

ସଭିଙ୍କ ନିଦ ଭାଙ୍ଗିବା ପୁର୍ବରୁ ରାସ୍ତାରେ ବୋହିଲା ରକ୍ତର ଧାର । କେହି କିଛି ବୁଝିବା ପୁର୍ବରୁ ୪ ରୁ ୫ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ରାସ୍ତାରେ ସଙ୍ଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ଚୋଟ ଉପରେ ଚୋଟ ମାରିଚାଲିଲେ । ଯୁବକଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିି ଦୁଇ ଫାଳ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଗଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାସ୍ତା ଉପରେ ପଡିଥିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ମୃତକ ହେଉଛନ୍ତି ହର୍ଟିକଲଚର ବିଭାଗର କାମ କରୁଥିବା ସୁଶାନ୍ତ ନାୟକ ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ନାବାଳିକାଙ୍କ ମା । କ୍ୟାପିଟାଲ ଥାନା ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୋଲିସ । ଆଉ ପ୍ରତିଶୋଧ ପରାୟଣ ହୋଇ ବିଶାଲ ଓ ତାର ସହଯୋଗୀ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ସଭିଙ୍କ ଚିହ୍ନଟ ପ୍ରକ୍ରିୟା ସରିଛି ଓ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।