ପୁଳା ପୁଳା ଟଙ୍କା ଜବତ
ଅସଲି ନକଲି ଜାଣିବା କଷ୍ଟ, ସୋନପୁରରୁ ୪୧.୧୬ ଲକ୍ଷର ଜାଲ୍ ନୋଟ୍ ଜବତ

ଅସଲି ନକଲି ଜାଣିବା କଷ୍ଟ, ସୋନପୁରରୁ ୪୧.୧୬ ଲକ୍ଷର ଜାଲ୍ ନୋଟ୍ ଜବତ
ବିଡ଼ା ବିଡ଼ା ନକଲି ନୋଟ୍ । ୫ ଶହ ଟଙ୍କିଆ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତା କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି ଏହି ସବୁ ଜାଲି ଟଙ୍କା । ସୋନପୁରରୁ ଜଣେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା ପାଖରୁ ଏସବୁ ଫେକ୍ ନୋଟ୍ ଜବତ ହୋଇଛି ।
ମିଳିଥିବା ସୂଚନା ମୁତାବକ, ଏସବୁ ଛତିଶଗଡ଼ରୁ ଆସିଛି । ଫେକ ରାକେଟରେ ଆଉ କିଛି ଅପରାଧୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି । ଜବତ ନୋଟ୍ ହାଇ କ୍ୱାଲିଟିର କି ନୁହେଁ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ମେଦିନାପୁରର ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରଣକୁ ପଠାଯିବ । ଏଥିରେ ଥିବା ଗାନ୍ଧିଙ୍କ ଫଟୋ, ସିଗ୍ନେଚର ସମେତ ଅନ୍ୟାନ୍ୟ ମୁଦ୍ରଣ ଶୈଳୀକୁ ପରୀକ୍ଷା ହେବା ଯଦି, ଏହା ହାଇ-କ୍ୱାଲିଟି ଥାଏ ତେବେ ଅଭିଯୁକ୍ତ ବିରୋଧରେ UAPA ଆଇନ୍ ଲାଗୁ ସହ NIAକୁ ଅବଗତ କରାଯିବ ।...
ଫେକ୍ ନୋଟ୍ ବିରୋଧରେ କ୍ରାଇମବ୍ରାଞ୍ଚର ଚାଲିଥିବା ଅଭିଯାନରେ ଏଯାଏଁ ଗୋଟିଏ କୋଟି ୧୯ ଲକ୍ଷରୁ ଅଧିକ ଫେକ୍ ନୋଟ୍ ଜବତ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ନୋଟ୍ କେମିତି ତିଆରି ହେଲା? ଏସବୁ ପଛରେ କାହାର ହାତ ରହିଛି ? ପଛରେ କିଛି ଟେରର ଲିଙ୍କ୍ ରହିଛି କି? ତାକୁ ବି ଖୋଜୁଛି କ୍ରାଇମବ୍ରାଞ୍ଚ...
ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍, ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏଥିସହିତ ଜାଲ୍ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇରେ ଏକ ଭଡ଼ା ଘରେ ଜାଲ୍ ନୋଟ ଛପା ଯାଉଥିଲା । ୫୦୦ ଟଙ୍କିଆ ଜାଲ୍ ନୋଟ ଛପାଯାଇ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଥିଲା । ବିଶେଷକରି ସୁବର୍ଣ୍ଣପୁର ମାର୍କେଟକୁ ଅଧିକ ପରିମାଣର ଜାଲ୍ ନୋଟ୍ ଛଡ଼ା ଯାଇଥିବା ସୂଚନା ମିଳିଛି । ୨୫ ହଜାର ଟଙ୍କାର ଅସଲି ନୋଟ୍ ବଦଳରେ ୧ ଲକ୍ଷ ଟଙ୍କାର ଜାଲ୍ ନୋଟ ଯୋଗାଇ ଦିଆଯାଉଥିଲା । ବିଶେଷ ସୂତ୍ରରୁ ଖବରପାଇ ଗତକାଲି ଏସ୍ଟିଏଫର ଏକ ଟିମ୍ ମାଟିଖାଲରେ ଉକ୍ତ ଭଡ଼ା ଘରେ ଚଢ଼ଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏହି ଜାଲ୍ ନୋଟ କାରବାର ରାକେଟ୍ରେ କେତେ ଜଣ ସାମିଲ୍ ଅଛନ୍ତି? ଜାଲ୍ ନୋଟ ନେଟୱର୍କ କେତେବାଟ ଲମ୍ବିଛି? କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି? ସେନେଇ ଏସ୍ଟିଏଫ୍ ଛାନଭିନ୍ କରୁଛି । ତେବେ ଜବତ ନୋଟଗୁଡିକ ଯାଂଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।