ମିଶନ ସୂର୍ଯ୍ୟ ଆଦିତ୍ୟ ଏଲ ୱାନ ର ଲକ୍ଷ
କଣ ରହିଛି ମିଶନ ସୂର୍ଯ୍ୟ ର ଲକ୍ଷ…ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନ ପାଇଁ ଆଦିତ୍ୟ ଯାନର ସଫଳ ଉତକ୍ଷେଣ ହୋଇସାରିଛି । ହେଲେ ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ? ସୂର୍ଯ୍ୟ ଙ୍କ ଉପରେ ଅଧିକ ଗବେଷଣା କରିବାକୁ ଏହି ମିସନର ମୁଖ୍ୟ ଲକ୍ଷ୍ୟ । ସାଙ୍ଗରେ ୭ଟି ପେଲୋଡ ନେଇ ଯାଇଛି ଆଦିତ୍ୟ ଏଲ ୱାନ । ୧୨୫ ଦିନର ଯାତ୍ରା ପରେ ଆଦିତ୍ୟ ଯାନ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ, ଆଉ ସେହିଠାରେ ରହି ସୂର୍ଯ୍ୟ ଙ୍କ ଉପରେ ନାନା ଗବେଷଣା କରିବ ।
ଭିଇଏଲସି- ଭିଜିବଲ ଲାଇନ ଏମିସନ କରୋନା ଗ୍ରାଫ: – ଏହା ସୂର୍ଯ୍ୟ ର ହାଇ-ରିଜୋଲ୍ୟୁସନ ଫଟୋ ନେବ
– ସ୍ପେକ୍ଟ୍ରୋସ୍କୋପି ଓ ପେଲେରୋମାଟ୍ରି ମଧ୍ୟ କରିବ
ପାପା ଅର୍ଥାତ ପ୍ଲାଜମା ଏନାଲାଇଜର ପ୍ୟାକେଜ ଫର ଆଦିତ୍ୟ
– ଏହା ସୂର୍ଯ୍ୟ ର ଗରମ ପବନର ଯାଂଚ କରିବ
– ଇଲେକଟ୍ରୋନ୍ସର ଯାଂଚ ସହ ଗତିର ସମୀକ୍ଷା କରିବ
– ପବନ କେତେ ଗରମ ଅଛି ତାହାର ଯାଂଚ କରିବ
ଏସୟୁଆଇଟି ଅର୍ଥାତ ସୋଲାର ଅଲଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ:
– ଏହା ଏକ ଅଲଟ୍ରାଭାଓଲେଟ ଟେଲିସ୍କୋପ
– ଅତି ବାଇଗଣୀ ରଶ୍ମି ବିକିରଣର ଫଟୋ ନେଇ ସମୀକ୍ଷା କରିବ
– ସୂର୍ଯ୍ୟ ର ଫଟୋସ୍ପିୟର, କ୍ରୋମୋସ୍ପିୟରର ତଥ୍ୟ ସଂଗ୍ରହ କରିବ
ସୋଲେକ୍ସ ଅର୍ଥାତ ସୋଲାର ଲୋ ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର:
– ସୂର୍ଯ୍ୟ ଠାରୁ ବାହାରୁ ଥିବା ତରଙ୍ଗର ଯାଂଚ କରିବ
– ସୂର୍ଯ୍ୟ ଠାରୁ ବାହାରୁ ଥିବା ଏକ୍ସ-କିରଣ ଓ ଏଥିରେ ଦେଖାଯାଉଥିବା ପରିବର୍ତ୍ତନର ଗବେଷଣା କରିବ
– ହେଲ୍-୧୦ଏସ୍ ଅର୍ଥାତ ହାଇ ଏନର୍ଜି ଏଲ-୧ ଅବିର୍ଟିଂ ଏକ୍ସରେ ସ୍ପେକ୍ଟ୍ରୋମିଟର
– ହାର୍ଡ ଏକ୍ସ-ରେ’ର ତଥ୍ୟ ସଂଗ୍ରହ କରିବ
ଆସପେକ୍ସ ଅର୍ଥାତ ଆଦିତ୍ୟ ସୋଲର ୱିଣ୍ଡ ପାର୍ଟିକଲ ଏକ୍ସପେରିମେଂଟ:
– ଏଥିରେ ଦୁଇଟି ସବ୍ ପେ’ଲୋଡ୍ସ ଅଛି
– ସୂର୍ଯ୍ୟ କିରଣରେ ଥିବା ପ୍ରୋଟୋନ୍ସ ଓ ଆଲଫା ପାର୍ଟିକିଲ୍ସର ଅନୁଧ୍ୟାନ କରିବ