୨୦୨୭ ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ
ମନ୍ତ୍ରୀ କହିଛନ୍ତି, ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏସବୁ ଭିତରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବଡ଼ ଖବର ଆସିଛି। ୪ ବର୍ଷ ମଧ୍ୟରେ ଶେଷ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧୦ କୋଟି ଟଙ୍କା ମଂଜୁର ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର କୋଟି ଟଙ୍କା ମଂଜୁର କରାଯାଇଅଛି। ପ୍ରକଳ୍ପ କାମ ସହ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବର ପ୍ରଶସ୍ତୀକରଣ କରାଯିବ। ପ୍ରଶସ୍ତୀକରଣ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଅଛି। ଏନେଇ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତର ରଖିଛନ୍ତି।