ଆଜିଠୁ ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ
ଆଜିଠୁ ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଆଜିଠୁ ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକତାରୁ ୭୨ ସିଟ୍ ବିଶିଷ୍ଟ ATR-72 ଆଜି ଝାରସୁଗୁଡ଼ାକୁ ଉଡାଣ ଭରିବ । ପ୍ରତିଦିନ ଇଣ୍ତିଗୋ ସନ୍ଧ୍ୟା ୫ ଟା ୫୦ରେ କୋଲକାତରୁ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକତାରେ ପହଞ୍ଚିବା ନେଇ ସୂଚନା ରହିଛି ।
ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବା ପାଇଁ ଯାଉଛି । ଏହା ପ୍ରତିଦିନ ସକାଳ ୧୦ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ । ସେହିପରି ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡ଼ାରୁ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ ବିମାନ । ଯାହା ଦ୍ୱାରା ପଶ୍ଚିମ ଓଡ଼ିଶା ସହିତ ଛଡିଶଗଡ଼ର ଲୋକେ ମଧ୍ୟ ଉପକୃତ ହେବେ ।
ସୂଚନାଥାଉ ଯେ, ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ୍ ଦିଲ୍ଲୀ, ହାଇଦ୍ରାବାଦ, କୋଲକତାକୁ ବିନା ସେବା ଯୋଗାଇ ଦେଉଥିବା ବେଳେ ଏଲାଏନ୍ସ ଏୟାର ଭୁବନେଶ୍ୱର ବିମାନ ସେବା ପ୍ରଦାନ କରୁଛି ।